ସୋର : ଭୁଜାଲି ଦେଖାଇ ଘରୁ ଲୁଟିନେଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ ସାଜନପୁର ପଞ୍ଚାୟତ ଅଙ୍କବ୍ରହ୍ମପୁର ଗ୍ରାମର ମନୋଜ ନାୟକଙ୍କ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ମନୋଜଙ୍କ ପରିବାର ଲୋକେ ଶୋଇବାକୁ ଯିବା ସମୟରେ ୫ ରୁ ୬ ଜଣ ଦୁର୍ବୃତ୍ତ ମନୋଜଙ୍କ ଘର ଗ୍ରିଲ ଭାଙ୍ଗି ଭିତରକୁ ପଶିଥିଲେ । ହଠାତ୍ ମନୋଜଙ୍କ ବେକରେ ଭୁଜାଲି ଲଗାଇ ପରିବାର ଲୋକଙ୍କୁ ଭୟଭୀତ କରାଇଥିଲେ। ପରେ ପରିବାର ଲୋକ ଓ ମନୋଜଙ୍କ ହାତଗୋଡ଼ ବାନ୍ଧିଦେଇଥିଲେ ।ଏଥିସହ ଗଡ୍ରେଜର ତାଲା ଭାଙ୍ଗି ତିନି ଭରି ସୁନା ଓ ନଗଦ ୩୦ ହଜାର ଟଙ୍କା ଲୁଟି ନେଇଥିଲେ।ନ୍ୟାୟ ପାଇବା ପାଇଁ ମନୋଜଙ୍କ ପରିବାର ସୋର ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ସୋର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Comments are closed.