Latest Odisha News

BREAKING NEWS

ଚେନ୍ନାଇ-ଗୁଜରାଟ ଫାଇନାଲ ଆଜି

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ ସଂସ୍କରଣର ଫାଇନାଲ ମ୍ୟାଚ ଆଉ କିଛି ଘଂଟା ପରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ରୋମାଂଚକ ମୁକାବିଲାକୁ ଦର୍ଶକମାନେ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ଶୁଭମନ ଗିଲ ଚେନ୍ନାଇ ପାଇଁ ସବୁଠାରୁ ବଡ ସମସ୍ୟା ହୋଇଛନ୍ତି । ତାଙ୍କୁ ଅଟକାଇ ପାରିଲେ ମ୍ୟାଚର ଫଳାଫଳ ଚେନ୍ନାଇ ଆଡକୁ ମୁହାଁଇପାରେ । ଅପରପକ୍ଷରେ ଗୁଜରାଟ ଏ ସନ୍ତୁଳିତ ଦଳ ଭାବେ ଉଭା ହୋଇଛି । ସ୍ଥିର ବ୍ୟାଟିଂ, ଉପଯୁକ୍ତ ବୋଲିଂ ଏବଂ ଉଚିତ କ୍ଷେତ୍ରରକ୍ଷଣ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି । ଚେନ୍ନାଇର ବ୍ୟାଟିଂ ସମ୍ପୂର୍ଣ୍ଣ ଭାବେ ରିତୁରାଜ ଗାଏକ୍ୱାଡ ଓ ଡେଭନ କନୱେଙ୍କ ଉପରେ ନିର୍ଭର କରୁଛି । ଉଭୟ ଟିମରେ ଅଧିକ ଅଲରାଉଣ୍ଡର ଥିବାରୁ ମ୍ୟାଚ ନିଶ୍ଚିତ ଭାବେ ରୋମାଂଚକ ହେବ ବୋଲି ଆଶା କରାଯାଉଛି ।

BjdElectrycity

ମହେନ୍ଦ୍ର ସିଂ ଧୋନୀ ଏହି ଆଇପିଏଲରେ ବହୁତ କମ ଓଭର ବ୍ୟାଟିଂ କରିଛନ୍ତି । ତାଙ୍କ ବ୍ୟାଟିଂ ଅପେକ୍ଷା ଦଳ ନେତୃତ୍ୱକୁ ଅଧିକ ଗୁରୁତ୍ୱ ଦେଉଥିବା ମନେ ହେଉଛି । ଏହା ତାଙ୍କର ବିଦାୟୀ ଆଇପିଏଲ ଭାବେ ମଧ୍ୟ ବିବେଚନା କରାଯାଉଛି । ଚଳିତ ଆଇପିଏଲରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୪୦ ଥର ଜିତିଥିବା ବେଳେ ଦ୍ୱିତୀୟ ବ୍ୟାଟିଂ ଟିମ ୩୨ ଥର ବିଜୟୀ ହୋଇଛି । ଅହମ୍ମଦାବାଦରେ ଗୁଜରାଟ ୯ ମ୍ୟାଚରୁ ୬ଟିରେ ବିଜୟୀ ହୋଇଛି । ଚେନ୍ନାଇର ପ୍ରଦର୍ଶନ ଏଠାରେ ନୈରାଶ୍ୟଜନକ ରହିଛି । ଗୁଜରାଟ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟାଇଟଲ ହାସଲ କରିବା ଲକ୍ଷ୍ୟରେ ଥିବା ବେଳେ ଚେନ୍ନାଇ ୫ମ ଥର ଚାମ୍ପିୟନ ହୋଇ ମୁମ୍ବାଇ ଇଣ୍ଡିଆନ୍ସ ସହ ସମକକ୍ଷ ହେବାକୁ ଚାହିଁବ ।

Leave A Reply

Your email address will not be published.