Latest Odisha News

ହାଇଦ୍ରାବାଦର ବେଗୁମପେଟରେ ଖୋଲିଲା ଭାରତର ପ୍ରଥମ ସୁନା ଏଟିଏମ୍

ହାଇଦ୍ରାବାଦ: ହାଇଦ୍ରାବାଦର ବେଗୁମପେଟରେ ଭାରତର ପ୍ରଥମ ସୁନା ଏଟିଏମ୍ ଉଦଘାଟିତ ହୋଇଛି । ଗୋଲ୍ଡସିକ୍କା ନାମକ କମ୍ପାନୀ ଆରମ୍ଭ କରିଛି ଏହି ବ୍ୟବସ୍ଥା । ଡେବିଟ୍-କ୍ରେଡିଟ କାର୍ଡ, ପ୍ରିପେଡ୍-ପୋଷ୍ଟ ପେଡ୍ ସ୍ମାର୍ଟକାର୍ଡରେ ଏଥର ସୁନା ଏଟିଏମରୁ ଲୋକେ ସୁନା କିଣିପାରିବେ ।  ୨୪ଘଣ୍ଟା ଖୋଲା ରହିବ ଏହି ସୁନା ଏଟିଏମ୍ ।

ଡିଜିଟାଲ ପେମେଣ୍ଟ ସୁବିଧା ହେବା ପରେ ଏଟିଏମରୁ ସୁନା କିଣିବା ସହଜ ହୋଇଛି । ଲୋକେ ଏବେ ଦୋକାନ ପରିବର୍ତ୍ତେ ଯେକୌଣସି ମୁହୂର୍ତ୍ତରେ ସୁନା କିଣିପାରିବେ । ନିଜର ବଜେଟ୍ ମୁତବାକ ସୁନା ପାଇପାରିବେ । ଗୋଲ୍ଡ ସିକ୍କା କମ୍ପାନୀ ଓ ଓପନକ୍ୟୁବ୍ ଟେକ୍ନୋଲଜିଜ୍ ପ୍ରାଇଭେଟ୍ ଲିମିଟେଡ୍ ସହଭାଗିତାରେ ଦେଶର ପ୍ରଥମ ଗୋଲ୍ଡ ଏଟିଏମ୍ ସ୍ଥାପନ କରିଛନ୍ତି । ଭାରତ ସୋନେ କି ଚିଡିଆ ଫିର୍ ସେ ବୋଲି ଉଲ୍ଲେଖ କରି କମ୍ପାନୀଦ୍ୱୟ ଟ୍ୱିଟରରେ କିଛି ଫଟୋ ସେୟାର କରିଛନ୍ତି ।

Comments are closed.