Latest Odisha News

BREAKING NEWS

ଅର୍ଚ୍ଚନାଙ୍କ ମୁହଁରୁ ସତ ଉଗାରିବ ଇଡି, ଖୋଲିବ କଳାସାମ୍ରାଜ୍ୟର ଗୁମର ?

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଆଜିଠୁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ରିମାଣ୍ଡରେ ନେବ । ପଚାରିବ ୫ ବର୍ଷରେ ନାଗ-ଚାନ୍ଦ ଦମ୍ପତି କେମିତି ହେଲେ କୋଟିପତି । କାହାକୁ କାହାକୁ ହନିଟ୍ରାପରେ ଫସାଇ ଅର୍ଚ୍ଚନା ବ୍ଲାକମେଲ୍ କରି ଆଣିଛନ୍ତି କଳାଧନ ।

ସୋମବାର ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଇଡି ଅର୍ଚ୍ଚନାଙ୍କୁ ହାଜର କରି ୧୫ ଦିନ ଲାଗି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । କୋର୍ଟ ୭ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଆଜିଠୁ ରିମାଣ୍ଡ ଆରମ୍ଭ ହେଉଥିବା ବେଳେ ୧୩ ତାରିଖରେ କୋର୍ଟରେ ହାଜର କରାଯିବ ।

ସୋମବାର କୋର୍ଟରେ ହାଜର ବେଳେ ଅର୍ଚ୍ଚନା ମୁହଁ ଖୋଲିଥିଲେ । ତାଙ୍କୁ ହଠାତ୍ ପୋଲିସ ବଳପୂର୍ବକ ଗିରଫ କରିଥିବା ଅର୍ଚ୍ଚନା କହିଥିଲା । ମାମଲାର ସିବିଆଇ ତଦନ୍ତ ଅର୍ଚ୍ଚନା ଦାବି କରିବା ସହ ମାମଲାର ସୋ କଲ୍ଡ ଭିକ୍ଟିମ୍ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଥିଲା ।

ସେପଟେ ଆସନ୍ତାକାଲି ବୁଧବାର କୋର୍ଟରେ ହାଜର ହେବ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଜଗବନ୍ଧୁଙ୍କୁ ଇଡି ମଧ୍ୟ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ । ପୂର୍ବରୁ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ରିମାଣ୍ଡରେ ନେଇ ଅନେକ ତଥ୍ୟ ହାତେଇଛି । ଶ୍ରଦ୍ଧାଞ୍ଜଳି ମଧ୍ୟ ହାଜର ହୋଇ ଅନେକ ତଥ୍ୟ ରଖିଛନ୍ତି । ଉକ୍ତ ତଥ୍ୟକୁ ନେଇ ଅର୍ଚ୍ଚନାଙ୍କ ମୁହଁରୁ ସତ ଆଦାୟ ପାଇଁ ଇଡି ଚେଷ୍ଟା କରିବ ।

Leave A Reply

Your email address will not be published.