Latest Odisha News

BREAKING NEWS

ଦେବଗଡ ଓ କେନ୍ଦୁଝର ଜିଲ୍ଲାରେ ସୁନାଖଣି ଠାବ

ଭୁବନେଶ୍ଵର: ରାଜ୍ୟର ୨ଟି ଜିଲ୍ଲାରୁ ଠାବ ହୋଇଛି ସୁନା ଖଣି । ବିଧାନସଭା ପ୍ରଶ୍ନ କାଳରେ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ ବୟାନ । ରାଜ୍ୟର ଦେବଗଡ ଓ କେନ୍ଦୁଝର ଜିଲ୍ଲାରୁ ଠାବ ହୋଇଛି ସୁନା ଖଣି । ରାଜ୍ୟରେ ସନ୍ଧାନ ମିଳିଥିବା ନୂଆ ସୁନାଖଣିର ବୈଷୟିକ ଦିଗ ପ୍ରତି ଧ୍ୟାନ ଦିଆଗଲାଣି କି ନାହିଁ ବୋଲି ବିଧାନସଭା ପ୍ରଶ୍ନ କାଳରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଅଶ୍ୱିନୀ କୁମାର ପାତ୍ର ।

ଏହାର ଉତ୍ତରରେ ଖଣି ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୨ଟି ଜିଲ୍ଲାରେ ସୁନା ଖଣି ଠାବ କରାଯାଇଛି । ଗୋଟେ ହେଉଛି ଦେବଗଡ ଜିଲ୍ଲାର ଆଡାସ ରାମପଲ୍ଲୀ ଅଞ୍ଚଳ ଏବଂ ଅନ୍ୟ ଗୋଟେ ହେଉଛି କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳ । ଦବଗଡରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା (GSI) ଦ୍ବାରା ଜି-୨ ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ସରିଥିବା ବେଳେ କେନ୍ଦୁଝରରେ ଜି-୩ ସ୍ତରର ଅନୁସନ୍ଧାନ ସରିଛି । ଅନୁସନ୍ଧାନରେ ସନ୍ତୋଷଜନକ ଫଳାଫଳ ମଧ୍ୟ ବାହାରିଛି । ଅନୁସନ୍ଧାନକାରୀ ସଂସ୍ଥାମାନେ ଚୂଡାନ୍ତ ରିପୋର୍ଟ ପ୍ରଦାନ କଲା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

 

Comments are closed.