Latest Odisha News

ଗୁଡିପଡଓ୍ବା ଦିନ ନିଲାମ ହେବ ଶ୍ରୀ ସିଦ୍ଧି ବିନାୟକଙ୍କ ସ୍ବର୍ଣ୍ଣ ଅଳଙ୍କାର

ମୁମ୍ବାଇ: ମୁମ୍ବାଇ ସ୍ଥିତ ଶ୍ରୀ ସିଦ୍ଧି ବିନାୟକଙ୍କ ସ୍ବର୍ଣ୍ଣ ଅଳଙ୍କାର ମାନ ନିଲାମ ହେବ । ଏପ୍ରିଲ ୯ ତାରିଖ ଦିନ ଅର୍ଥାତ୍ ଗୁଡିପଡଓ୍ବା ଭଳି ପବିତ୍ର ଦିନରେ ଭଗବାନଙ୍କୁ ଦିଆଯାଇଥିବା ସୁନା ଅଳଙ୍କାରର ନିଲାମ ହେବ । ଦିନ ୧୧ ଟା ସମୟରେ ମହାରାଷ୍ଟ୍ରର ମୁମ୍ବାଇର ଶ୍ରୀ ସିଦ୍ଧବିନାୟକ ଗଣପତି ମନ୍ଦିର ଟ୍ରଷ୍ଟରେ ଏହି ନିଲାମ ଆୟୋଜିତ ହେବ । ଏହି ନିଲାମରେ ଭାଗ ନେବାକୁ ଟ୍ରଷ୍ଟ ଦ୍ୱାରା ସମସ୍ତ ଭକ୍ତଙ୍କୁ ଅନୁରୋଧ କରାଯାଇଛି ।

ସେହିଭଳି ଗୋଟେପଟେ ଶ୍ରୀ ସିଦ୍ଧବିନାୟକ ମନ୍ଦିରର ପ୍ରତିକୃତି ଏବଂ ଅନ୍ୟ ପଟେ ‘ଶ୍ରୀ’ର ପ୍ରତିମୂର୍ତ୍ତି ୯୯୯.୯୯ ଶୁଦ୍ଧତାର ୧୧ ଗ୍ରାମ, ୨୧ ଗ୍ରାମ ଏବଂ ୫୧ ଗ୍ରାମ ରୂପା ମୁଦ୍ରା ଏହି ଶୁଭ ଅବସରରେ ବିକ୍ରି ପାଇଁ ରଖାଯିବ ।

ସେହିପରି ଏହା ମଧ୍ୟରେ ରହିଛିବିଭିନ୍ନ ଡିଜାଇନ ର ଚିତାକର୍ଷକ ଅଳଙ୍କାର ମାନ । ଏହି ଅଳଙ୍କାରଗୁଡ଼ିକ ବହୁତ ଭାରି ଦେଖାଯାଉଥିବାବେଳେ, କୁହାଯାଉଛି ଯେ, ଏହାର ନିଲାମକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ରହିଛି ।

ସୂଚନାଯୋଗ୍ୟ ଯେ, ମୁମ୍ବାଇରେ ଭଗବାନ ଗଣେଶଙ୍କୁ ଇଷ୍ଟ ଭାବେ ପୂଜା କରାଯାଏ । ଏଠାକାର ଲୋକଙ୍କ ମଧ୍ୟରେ ଗଣପତିଙ୍କ ପାଇଁ ଏକ ଭିନ୍ନ କ୍ରେଜ୍ ଅଛି । ଗଣେଶ ପୂଜା ସମୟରେ ସମଗ୍ର ମୁମ୍ବାଇ ଭଗବାନ ଗଣେଶଙ୍କ ପୂଜାରେ ମଗ୍ନ ରହିଥାନ୍ତି ବହୁ ବଡ ଆଡମ୍ବରରେ ପୂଜା କରାଯାଇଥାଏ । ବିଭିନ୍ନ ସ୍ଥାନରେ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ ।

Comments are closed.