Latest Odisha News

BREAKING NEWS

ଖୁସି ଖବର: ପୁଣି ହ୍ରାସ ପାଇଲା ସୁନା ଦର

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଲଗାତାର କମିବାରେ ଲାଗିଛି ସୁନା ଦର । ଗତକାଲି ତୁଳନାରେ ଆଜି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୯୮୦ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୮୦ ଟଙ୍କାରେ ପହଞ୍ଚିଥିବା ରେକର୍ଡ ହୋଇଛି।

ରାଜଧାନୀ ଭୁବନେଶ୍ୱରରେ ଏବେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫୨,୩୮୦ ଟଙ୍କା ରହିଛି । ସେହିଭଳି ୨୨ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୪୮,୦୨୦ ଟଙ୍କାରେ ପହଞ୍ଚିଛି।

ଅନ୍ୟପଟେ ରୂପା ଦର ମଧ୍ୟ ହ୍ରାସ ଘଟିଛି। କିଲୋ ପ୍ରତି ରୂପା ପ୍ରାୟ ୬୦ ହଜାର ଟଙ୍କାରେ ପହଞ୍ଚିଛି ।

ମୁମ୍ବାଇରେ ୨୪ କ୍ୟାରେଟ ସୁନା ମୂଲ୍ୟ ୪୯,୯୮୦ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୪୮,୯୮୦ ଟଙ୍କା ରହିଛି।

ସେହିଭଳି ନୂଆଦିଲ୍ଲୀରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୪୮,୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୩,୩୫୦ଟଙ୍କା ରହିଛି।

Leave A Reply

Your email address will not be published.