Latest Odisha News

BREAKING NEWS

ପୁଣି ଶସ୍ତା ହେଲା ସୁନା

ନୂଆଦିଲ୍ଲୀ: ସୁନା ଦାମ କମି କମି ଚାଲିଛି । ସୁନା କିଣିବା ପାଇଁ ଗ୍ରାହକଙ୍କ ପାଖରେ ଭଲ ମଉକା । ସୁନା ଦାମ ହ୍ରାସ ପାଇ ୧୦ ଗ୍ରାମକୁ ପାଖାପାଖି ୪୪ ହଜାର ୪୦୦ ଟଙ୍କା ହୋଇଛି । ଭାରତୀୟ ବଜାରରେ ଲଗାତାର ୮ ଦିନ ହେଲା ସୁନା ଦାମ ହ୍ରାସ ପାଇଛି । 

ଶୁକ୍ରବାର ଏମସିଏକ୍ସରେ ସୁନା ଦାମ ୦.୩ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମକୁ ୪୪ ହଜାର ୪୦୦ ଟଙ୍କାରେ ପହଞ୍ଚିଛି । ରୁପା ଦାମ ମଧ୍ୟ ୦.୬ ପ୍ରତିଶତ ହ୍ରାସ ପାଇ କିଲୋ ପ୍ରତି ୬୫ ହଜାର ୫୨୩ ଟଙ୍କାରେ ପହଞ୍ଚିଛି ।

ଦିଲ୍ଲୀ ବଜାରରେ ଗୁରୁବାର ଦିନ ସୁନା ଦାମ ୪୪ ହଜାର ୫୮୯ ଟଙ୍କା ଥିଲା । ସୁନା ଦର ଗତ ୧୦ ମାସର ନିମ୍ନ ସ୍ଥରରେ ପହଞ୍ଚିଛି । ଗତ ୧୦ ମାସରୁ ଏବେ ସୁଦ୍ଧା ସୁନା ଦର ପାଖାପାଖି ୧୨ ହଜାର ହ୍ରାସ ପାଇଛି । ୨୦୨୦ ଅଗଷ୍ଟ ମାସରେ ସୁନା ଦାମ ରେକର୍ଡ ସ୍ଥର ୫୬ ହଜାର ୨୦୦ ଟଙ୍କାରେ ପହଞ୍ଚିଥିଲା ।

ଦିଲ୍ଲୀ ବଜାରରେ ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୪୪ ହଜାର ୪୦୦ ଟଙ୍କାରେ ପହଞ୍ଚିଛି । ଗତ ୧୦ ମାସରେ ଏହା ସବୁଠାରୁ କମ୍ । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ଗତ ୯ ମାସର ନିମ୍ନ ସ୍ଥରରେ ପହଞ୍ଚିଛି । ୦.୨ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପ୍ରତି ୧୬୯୩.୭୯ ଡଲାର ହୋଇଛି । ରୁପା ଦର କିଲୋ ପ୍ରତି ୬୫ ହଜାର ୫୨୩ ଟଙ୍କା ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ରୁପା ୦.୨ ପ୍ରତିଶତ ବଢି ଆଉନ୍ସ ପ୍ରତି ୨୫.୩୫ ଡଲାର ହୋଇଛି । ଘରୋଇ ବଜାରରେ ବର୍ତ୍ତମାନ ସୁନାର ଚାହିଦା ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ କହିବାନୁଯାୟୀ ସୁନା ଦର ୪୩ ହଜାର ୮୮୯ ଟଙ୍କା ହୋଇପାରେ ।

Leave A Reply

Your email address will not be published.