Latest Odisha News

BREAKING NEWS

ନିଜ ମସ୍ତିଷ୍କ ଅସ୍ତ୍ରୋପଚାର ପାଇଁ ସର୍ବତ ବିକ୍ରି କରୁଛି ସାତ ବର୍ଷର ଟିକି ଝିଅ

ନୂଆଦିଲ୍ଲୀ: ଭାଗ୍ୟର କି ବିଡମ୍ବନା! ନିଜ ମସ୍ତିଷ୍କ ଅସ୍ତ୍ରୋପଚାର ପାଇଁ ସାତ ବର୍ଷର କୁନି ଝିଅଟି ଏଭଳି ଢଙ୍ଗରେ ନିଜ ପାଇଁ ସଞ୍ଚୟ କରୁଛି ଅର୍ଥ।। ସେଥିରୁ ଅର୍ଜିତ ଧନରେ ସେ ନିଜର ଅସ୍ତ୍ରୋପଚାର କରାଇବ ବୋଲି ଆଶା ଜୁଟେଇଛି ଏଇ ଟିକି ଝିଅଟି।

ତେବେ ଗତ ବର୍ଷ ଗ୍ରୀଷ୍ମରେ ଆମେରିକାର ଏହି ସାତ ବର୍ଷ ବୟସ୍କା ଟିକି ଝିଅ ଲିଜା ସ୍କଟ୍ ତାଙ୍କ ମା’ଙ୍କ ବେକେରୀରେ ଏକ (ଲେମୋନାଡେ) ଲେମ୍ବୁରୁ ପ୍ରସ୍ତୁତ ପାନୀୟର ଷ୍ଟାଣ୍ଡ ଆରମ୍ଭ କରିଥିଲେ ଯାହା ଦ୍ବାରା ସେ ଖେଳନା ଏବଂ ଜୋତା କିଣି ପାରିବେ। ତାଙ୍କ ଦୋକାନ ଏବେବି ଚାଲିଛି, ଏହା ବ୍ୟତୀତ ସେ ମସ୍ତିଷ୍କରେ ଅସ୍ତ୍ରୋପଚାର ପାଇଁ ଏହି ପାନୀୟ ବିକ୍ରୟରୁ ଅର୍ଜିତ ଟଙ୍କା ସଞ୍ଚୟ କରୁଛନ୍ତି।

ଲିଜାଙ୍କ ମା ଏଲିଜାବେଥ କହିଛନ୍ତି ଯେ ଲିଜା ତାଙ୍କ ମସ୍ତିଷ୍କର ବିକଳାଙ୍ଗ କାରଣରୁ ପ୍ରବଳ ଯନ୍ତ୍ରଣା ଭୋଗୁଛନ୍ତି।  ଡାକ୍ତରମାନେ ଅନେକ ପରୀକ୍ଷାନିରୀକ୍ଷା କରିବା ପରେ ଅସ୍ତ୍ରୋପଚାର ମାଧ୍ୟମରେ ଏହାକୁ କିଛି ମାତ୍ରାରେ ହ୍ରାସ କରାଯାଇପାରିବ ବୋଲି କହିଛନ୍ତି।

ଲିଜାଙ୍କ ଏହି ଷ୍ଟଲ୍ ବର୍ମିଂହାମସ୍ଥିତ ସେଭେଜ୍ ବେକେରୀର କ୍ୟାସ ରେଜିଷ୍ଟର ନିକଟରେ ଅବସ୍ଥିତ।

ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ଲିଜା ଏଇ କିଛି ଦିନ ମଧ୍ୟରେ ୧୨,୦୦୦ ଡଲାରରୁ ଅଧିକ ରୋଜଗାର କରିଛନ୍ତି।

ଲିଜାଙ୍କ କାହାଣୀ ଅନେକ ଲୋକଙ୍କୁ ଭାବପ୍ରବଣ କରିଦେଇଛି। ମସ୍ତିଷ୍କ ଅସ୍ତ୍ରୋପଚାରର ସମ୍ମୁଖୀନ ହେଉଥିବା ପିଲା ନିଜ ଯତ୍ନ ପାଇଁ ପାଣ୍ଠି ସଂଗ୍ରହର ଆବଶ୍ୟକତା ଅନୁଭବ କରିବା କିଛି କମ୍‌ କଥା ନୁହେଁ।

Leave A Reply

Your email address will not be published.