ନୂଆଦିଲ୍ଲୀ: ଏହି ସପ୍ତାହରେ ସୁନା ଦର ଯଥେଷ୍ଟ ହ୍ରାସ ପାଇଛି। ଗତ ୩ ଦିନ ମଧ୍ୟରେ ୧୦ ଗ୍ରାମ ପ୍ରତି ସୁନା ପ୍ରାୟ ୮୦୦ ଟଙ୍କା ହ୍ରାସ ପାଇଛି। ଅନ୍ୟପକ୍ଷରେ, ଯଦି ଆମେ ଗତ ୧ ମାସର ତଥ୍ୟକୁ ଦେଖିବା ତେବେ ସୁନା ମୂଲ୍ୟ ପ୍ରାୟ ୫୫୦୦ ଟଙ୍କା ହ୍ରାସ ପାଇଛି।
ମୂଲ୍ୟ ହ୍ରାସ ସତ୍ତ୍ବେ ଡିଲରମାନେ ସୁନା ଉପରେ ବହୁତ ରିହାତି ଦେଉଛନ୍ତି। ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁ ଯେ, ୧୦ ଗ୍ରାମ ସୁନାର ମୂଲ୍ୟ ବର୍ତ୍ତମାନ ୫୦,୬୯୦ ଟଙ୍କାକୁ ଖସି ଆସିଛି ।
ଏହାସହ ରୂପା ମୂଲ୍ୟରେ ମଧ୍ୟ ପ୍ରାୟ ୧୨୦୦ ଟଙ୍କା ହ୍ରାସ ପାଇଛି। ଆସନ୍ତୁ ଜାଣିବା ଏକ ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟରେ କେତେ ପରିବର୍ତ୍ତନ ଘଟିଛି …
ଅଗଷ୍ଟ ୭ ରେ, ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୬,୨୦୦ ଟଙ୍କା ଥିଲା। ଏଥି ସହିତ, ସେହି ଦିନଠାରୁ ସୁନା ମୂଲ୍ୟ ପ୍ରାୟ ୫୫୦ ଟଙ୍କା ହ୍ରାସ ପାଇଛି। ଅର୍ଥାତ୍ ଗୋଟିଏ ମାସରେ ସୁନା ୧୦ ପ୍ରତିଶତ ହ୍ରାସ ପାଇଛି। ଏଭଳି ହ୍ରାସ ପରେ ଗ୍ରାହକଙ୍କୁ ପାଇଁ ସୁନା କିଣିବାର ଏହା ହେଉଛି ସୁବର୍ଣ୍ଣ ସୁଯୋଗ ।
Comments are closed.