Latest Odisha News

BREAKING NEWS

ଆମେରିକା-ଚୀନ ପାଇଁ ଖସିଗଲା ସୁନା ଦର! ଆଗକୁ ଆହୁରି କମିବ

ନୂଆଦିଲ୍ଲୀ: ନିକଟ ସୁନା ଦର ସର୍ବାକାଳିନ ରେକର୍ଡ ପାରକରିଥିଲା। ୧୦ ଗ୍ରାମ ସୁନାକୁ ୧ ଲକ୍ଷ ଟଙ୍କା ଯାଏ ପହଞ୍ଚିଥିଲା। ଯାହା ସୁନା ପ୍ରେମୀଙ୍କୁ ହତାସ କରିଥିଲା। ହେଲେ ଏବେ ପୁଣିଥରେ ସୁନା ଦର ଖସିବାର ଲାଗିଛି। ଆଉ ଏହାର କରାଣ କୁହାଯାଉଛି ଆମେରିକା-ଚୀନ ଭିତରେ ଚାଲିଥିବା ବାଣିଜ୍ୟ ବିବାଦର ଅବସାନ। ବର୍ତ୍ତମାନ ୧୦ ଗ୍ରାମ ସୁନାକୁ ୯୨,୦୦୦ ଟଙ୍କା ତଳକୁ ଖସିଛି। ଆଗକୁ ଆହୁରି ଯଥେଷ୍ଟ ସୁନା ଦର ଖସିବାର ସମ୍ଭବନା ଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଆମେରିକା-ଚୀନ ବାଣିଜ୍ୟ ଚୁକ୍ତିର ପ୍ରଭାବ
ଆମେରିକା ଓ ଚୀନ ଏକ ପାରସ୍ପରିକ ବୁଝାମଣା ଅଧୀନରେ ୯୦ ଦିନ ପାଇଁ ପରସ୍ପରର ସାମଗ୍ରୀ ଉପରେ ଲାଗୁ ଶୁଳ୍କ ହ୍ରାସ କରିଛନ୍ତି। ଏହା ଫଳରେ ନିବେଶକମାନେ ସୁରକ୍ଷିତ ନିବେଶ ଅର୍ଥାତ୍ ସୁନାଠାରୁ ମୁହାଁ ଫେରାଇ ରିସ୍କି ଏସେଟ୍ସ ଆଡ଼କୁ ମୁହାଁଇଛନ୍ତି। ଅନ୍ୟପଚଟେ ଡଲାର ଇଣ୍ଡେକ୍ସ ବର୍ତ୍ତମାନ ଲଗାତାର ଚତୁର୍ଥ ସପ୍ତାହ ପାଇଁ ମଜବୁତ ହେଉଛି, ଯାହା ଅନ୍ୟ ମୁଦ୍ରା ଧାରଣକାରୀଙ୍କ ପାଇଁ ସୁନାକୁ ଅଧିକ ମହଙ୍ଗା କରୁଛି। ଫଳରେ ସୁନାର ଚାହିଦା ହ୍ରାସ ପାଇଛି। ଏହା ଆନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନାର ମୂଲ୍ୟ ହ୍ରାସର ଏକ କାରଣ ହୋଇଛି। ସ୍ପଟ ଗୋଲ୍ଡର ମୂଲ୍ୟ ଆମେରିକୀୟ ବଜାରରେ ୩,୨୧୦.୧୯ ଡଲାର ପ୍ରତି ଆଉନ୍ସ ପର୍ଯ୍ୟନ୍ତ ଖସିଛି, ଯାହା ଚଳିତ ସପ୍ତାହରେ ପ୍ରାୟ ୩ ପ୍ରତିଶତ ହ୍ରାସକୁ ସୂଚାଇଛି। ଏହା ନଭେମ୍ବର ୨୦୨୪ ପରେ ସବୁଠାରୁ ବଡ଼ ସାପ୍ତାହିକ ହ୍ରାସ ବୋଲି କୁହାଯାଉଛି।

‘ଦ ମିଣ୍ଟ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସୁନା ଏବେ ୫୦ ଦିନିଆ ମୁଭିଂ ଏଭରେଜ ସୀମାର ନିମ୍ନ ସ୍ତରରେ ରହିଛି, ଯାହା ନଭେମ୍ବର ୨୦୨୪ ଠାରୁ ଲଗାତାର ରହିଆସୁଥିଲା।  ଯଦି ଏପରି ଆଗକୁ ରହେ , ତେବେ ମୂଲ୍ୟ ଆହୁରି ଅଧିକ ହ୍ରାସ ପାଇପାରେ। ରିପୋର୍ଟରେ ବିଶ୍ଳେଷକମାନେ କହିଛନ୍ତି ଯେ, ୩,୧୩୬ ଡଲାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତର। ଯଦି ଏହା ଭାଙ୍ଗେ, ତେବେ ମୂଲ୍ୟ ୨,୮୭୫–୨,୯୫୦ ଡଲାର ପ୍ରତି ଆଉନ୍ସ ପର୍ଯ୍ୟନ୍ତ ଖସିପାରେ।

ଡଲାର ହିସାବରେ ସୁନାର ମୂଲ୍ୟ ୨,୯୪୦ ଡଲାରରେ ସପୋର୍ଟ ଏବଂ ୩,୩୨୦ ଡଲାରରେ ପ୍ରତିରୋଧ (ରେଜିଷ୍ଟାନ୍ସ)ର ସମ୍ମୁଖୀନ ହେଉଛି। ଏହା ମଧ୍ୟରେ ହେଉଥିବା ହଲଚଲ ଉପରେ ନିବେଶକମାନଙ୍କୁ ନଜର ରଖିବାକୁ ପଡ଼ିବ। ଦୀର୍ଘକାଳୀନ ନିବେଶକମାନେ ଏହି ହ୍ରାସକୁ ଏକ ସୁଯୋଗ ଭାବେ ଦେଖିପାରନ୍ତି, କିନ୍ତୁ ସ୍ୱଳ୍ପକାଳୀନ ଟ୍ରେଡରମାନଙ୍କୁ ଏବେ ସତର୍କ ରହିବାକୁ ପଡ଼ିବ। ବଜାରରେ ଅନିଶ୍ଚିତତା ଲାଗି ରହିଛି ଏବଂ ଆଗାମୀ କିଛି ଦିନ ଟ୍ରେଣ୍ଡ ରିଭର୍ସାଲ ନିର୍ଣ୍ଣାୟକ ହୋଇପାରେ।

 

Comments are closed.