Latest Odisha News

୮୭ ହଜାର ଉପରକୁ ଟପିଲା ସୁନା ଦର

ଭୁବନେଶ୍ବର: ବିବାହ ତିଥି ଆସିଯାଇଛି ଏପଟେ ସୁନା ଦର ବଢି ଚାଲିଛ । ଏହାକୁ ନେଇ ଚିନ୍ତାରେ ଗ୍ରାହକ । ବର୍ତ୍ତମାନ ୮୭ ହଜାର ଉପରକୁ ଟପିଛି ସୁନା ରେଟ୍ ।

ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୮୭,୯୩୦ ଟଙ୍କା ରହିଛି ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମକୁ ୮୦,୬୦୦ ଟଙ୍କା ରହିଛି । ସେହିପରି ରୂପା ଦର କିଲୋ ୧,୦୭,୦୦୦ଟଙ୍କା ରହିଛି ।

ଏପଟେ ଦିଲ୍ଲୀରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ରେଟ ୮୮,୦୮୦ଟଙ୍କା ରହିଛି । ୨୨ କ୍ୟାରେଟ ସୁନା ରେଟ ୧୦ ଗ୍ରାମକୁ ୮୦,୭୫୦ଟଙ୍କା ରହିଛି ।

ଏଭଳି ଦରବୃଦ୍ଧି ହେଲେ ଖୁବଶୀଘ୍ର ସୁନା ଦର ୧ଲକ୍ଷ ଛୁଇଁବ ବୋଲି ଆଶଙ୍କା କରୁଛନ୍ତି ବ୍ୟବସାୟୀ ।

Comments are closed.