Latest Odisha News

BREAKING NEWS

ଖୁସି କରେଇଦେଲା ସୁନା ମୂଲ୍ୟ, ଦୀର୍ଘ ଦିନ ପରେ କମିଲା ହଳଦିଆ ଧାତୁ ଦର

ଭୁବନେଶ୍ୱର: ଧନତେରାସ ପରେ ଭାରତୀୟ ଏବଂ ଓଡ଼ିଶା ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଘଟିଛି। ଲଗାତାର ଭାବରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳୁଛି। ନଭେମ୍ବର ୧୬ ତାରିଖରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ୧୦ ଗ୍ରାମ ସୁନା ଦର ପ୍ରାୟ ୧୪୦୦ ଟଙ୍କା କମିଛି। ଗତ କିଛି ଦିନ ମଧ୍ୟରେ ସୁନା ଦରରେ ବଡ଼ ଧରଣର ପରିବର୍ତ୍ତନ ଆସିଛି।

ବାହାଘର ଋତୁ ପୂର୍ବରୁ ସୁନା ଦର କମିବା ଗ୍ରାହକମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାଜିଛି। ନଭେମ୍ବର ୧୬ ତାରିଖରେ ସୁନା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମ୍‌ସିଏକ୍ସରେ ୧୦ ଗ୍ରାମ ସୁନା ଦର ପ୍ରାୟ ୧୪୦୦ ଟଙ୍କା କମିଛି। ସେହିପରି ରୁପା ଦରରେ ମଧ୍ୟ ପ୍ରାୟ ୬ ହଜାର ଟଙ୍କାର ହ୍ରାସ ଘଟିଛି।

ସୁନା ଦରରେ ହୋଇଥିବା ହ୍ରାସର ପରିମାଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏମ୍‌ସିଏକ୍ସରେ ଡିସେମ୍ବର ୪ ଅବଧି ବିଶିଷ୍ଟ ସୁନା ଫ୍ୟୁଚର୍ସର ସର୍ବକାଳୀନ ସର୍ବୋଚ୍ଚ ଦର ୧ ଲକ୍ଷ ୭୭ ହଜାର ୫୯୦ ଟଙ୍କା ରହିଥିଲା। ବର୍ତ୍ତମାନର ମୂଲ୍ୟ ସହ ତୁଳନା କଲେ ୧୦ ଗ୍ରାମ ସୁନା ସର୍ବୋଚ୍ଚ ସ୍ତରରୁ ୪୨ ହଜାର ୨୭୮ ଟଙ୍କା ଶସ୍ତା ହୋଇସାରିଛି। ଏତେ ବଡ଼ ହ୍ରାସ ପରେ ନିବେଶକମାନେ ସୁନା ବଜାରର ପରବର୍ତ୍ତୀ ଗତିବିଧି ଉପରେ ନଜର ରଖିଛନ୍ତି।

ସୁନା ସହିତ ରୁପା ଦରରେ ମଧ୍ୟ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଏମ୍‌ସିଏକ୍ସରେ ଡିସେମ୍ବର ୪ ଅବଧି ବିଶିଷ୍ଟ ରୁପା ଫ୍ୟୁଚର୍ସର ଦର ସୋମବାର ପ୍ରାରମ୍ଭିକ କାରବାରରେ ପ୍ରାୟ ୬ ହଜାର ଟଙ୍କା ଖସିଥିଲା। ଏହା ୩ ପ୍ରତିଶତରୁ ଅଧିକ ହ୍ରାସ ପାଇ କିଲୋଗ୍ରାମ ପିଛା ପ୍ରାୟ ୧ ଲକ୍ଷ ୭୦ ହଜାର ଟଙ୍କା ସ୍ତରକୁ ଆସିଥିଲା । ରୁପାର ସର୍ବକାଳୀନ ସର୍ବୋଚ୍ଚ ମୂଲ୍ୟ କିଲୋଗ୍ରାମ ପିଛା ୪ ଲକ୍ଷ ୨୦ ହଜାର ୪୮ ଟଙ୍କା ରହିଥିଲା। ସେହି ସ୍ତରରୁ ରୁପା ଏବେ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଶସ୍ତା ହୋଇଛି । ତେବେ ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧,୩୭,୬୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୨୬,୧୪୦ ଟଙ୍କା ରହିଛି । ରୁପା ମୂଲ୍ୟ କିଲୋ ପିଛା ୧,୯୪,୯୦୦ ଟଙ୍କା ହୋଇଛି ।

Leave A Reply

Your email address will not be published.