Latest Odisha News

BREAKING NEWS

ପୁଣି ବଢିଲା ସୁନା ଦର: ଜାଣନ୍ତୁ କେତେ ରହିଛି ଦାମ୍

ଭୁବନେଶ୍ୱର: ନୂଆ ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଚାଲିଛି ସୁନା ଦର । ଗତ କିଛି ଦିନ ମଧ୍ୟରେ ସୁନା ଦର ଆକାଶ ଛୁଆଁ ହୋଇଛି । ଗୁରୁବାର ଅର୍ଥାତ୍‌ ଏପ୍ରିଲ ୩ରେ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୩,୩୮୦ରେ ପହଞ୍ଚିଛି । ଗତକାଲି ଏହା ୯୨,୮୪୦ ଟଙ୍କା ଥିବା ବେଳେ ପୁଣି ୫୪୦ ଟଙ୍କା ବୃଦ୍ଧି ପାଇଛି ।

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୮୫,୬୦୦ ଟଙ୍କା ଥିବା ବେଳେ ଗତକାଲି ଏହା ୮୫,୧୦୦ ଟଙ୍କା ଥିଲା । ଏଥିରେ ୫୦୦ ଟଙ୍କା ବୃଦ୍ଧି ହୋଇଛି ।

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୦,୦୪୦ ଟଙ୍କା ଥିବା ବେଳେ ଗତକାଲି ଏହା ୬୯,୬୩୦ ଟଙ୍କା ଥିଲା । ଏଥିରେ ୪୧୦ ଟଙ୍କା ବୃଦ୍ଧି ହୋଇଛି ।

Comments are closed.