Latest Odisha News

ଓଡ଼ିଶାରେ ୫୦ ହଜାର ଛୁଇଁଲା ସୁନା ଦର

ଭୁବନେଶ୍ୱର: ପେଟ୍ରୋଲ ଡିଜେଲ ପରେ ଏବେ ସୁନା ଦରରେ ରେକର୍ଡ ସ୍ତରରେ ବୃଦ୍ଧି ଘଟିଛି । ଦିଲ୍ଳୀରେ ସୁନା ୧୦ ଗ୍ରାମ ପ୍ରତି ୫୦ ହଜାର ଟଙ୍କା ଅତିକ୍ରମ କରିଥିବାବେଳେ ଓଡ଼ିଶାରେ ବି ୨୪ କ୍ୟାରେଟ ସୁନା ଦର ୫୦ ହଜାର ଛୁଇଁଛି । କରୋନା ପରିସ୍ଥିତି ମଧ୍ୟରେ ସୁନାର ଚାହିଦା ବୃଦ୍ଧି ପାଇଛି । ତେଣୁ କରୋନା ମାଡରେ ସୁନା ଦର ଆକଶ ଛୁଆଁ ହୋଇଛି ।

ଡଲାର ରେ ଅସ୍ଥିରତା ଆସିଲେ ଏଭଳି ସମସ୍ୟା ସୃଷ୍ଟି ହୁଏ । କୋରୋନା ଯୋଗୁଁ ବାହାର ଦେଶ ରୁ ଆମଦାନୀ ବନ୍ଦ ରହିଛି । ତେଣୁ ଦର ବଢିଛି। ଆମଦାନୀ ଠିକ ଭାବେ ହେଲେ ଦର କମିବ ବୋଲି  ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି।

Leave A Reply

Your email address will not be published.