Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଲଞ୍ଚ୍ ହେଲା ‘ସାଇ କ୍ଲାଉଡ଼ ସ୍କୁଲ ୩.୦ ଅନଲାଇନ ଲର୍ଣ୍ଣିଂ ପ୍ଲାଟଫର୍ମ’

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ଏଜୁକେଶନ ଗ୍ରୁପ ପକ୍ଷରୁ ଶୁକ୍ରବାର ଦିନ ସାଇ କ୍ଲାଉଡ଼ ସ୍କୁଲ ୩.୦ ଅନଲାଇନ ଲର୍ଣ୍ଣିଂ ପ୍ଲାଟଫର୍ମ ଲଞ୍ଚ୍ ହୋଇଛି ।

ଦୁଇଦିନ ଧରି ଶିକ୍ଷକ ଓ ସହଯୋଗୀ ଷ୍ଟାଫମାନଙ୍କର ଡିଜିଟାଲ୍ ଟ୍ରେନିଂ ପରେ ଛାତ୍ରଛାତ୍ରୀଙ୍କ ଲାଗି କ୍ଲାଉଡ଼ ସ୍କୁଲ ଖୋଲିଥିଲା, ଗ୍ରୀଷ୍ମାବକାଶ ପରେ ପୁନର୍ବାର ଏହି ସ୍କୁଲ ଖୋଲିବ ।

କରୋନା ମହାମାରୀ ଯୋଗୁଁ ଉପୁଜିଥିବା ପ୍ରତିକୂଳ ପରିସ୍ଥିତି ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଲାଗି ଶିକ୍ଷାଦାନ ଯେପରି ବନ୍ଦ ନ’ହୁଏ ସେଥିଲାଗି ସାଇ ଇଣ୍ଟରନ୍ୟାସନାଲ ବୈଷୟିକ ପଦ୍ଧତିକୁ ଆପଣେଇ ନେଇଛି ।

ଅନଲାଇନ ଶିକ୍ଷାଦାନ ବର୍ତ୍ତମାନ ସମୟ ଲାଗି ଅପରିହାର୍ଯ୍ୟ ହୋଇପଡ଼ିଥିବା ବେଳେ ସାଇ କ୍ଲାଉଡ଼ ଏହି ପଦ୍ଧତିକୁ ଗୁରୁତ୍ୱ ପ୍ରଦାନ କରିଥାଏ ।

ଉକôଳ ଦିବସ ଅବସରରେ ସାଇ କ୍ଲାଉଡ଼ ୧.୦ ଆରମ୍ଭ ହୋଇଥିଲା ବେଳେ ମେ’ମାସରେ ୨.୦ ଆରମ୍ଭ ହୋଇଥିଲା । ଏବେ ପବିତ୍ର ରଥଯାତ୍ରା ଅବସରରେ ଏହାର ୩.୦ ଭର୍ସନ ଆରମ୍ଭ ହୋଇଛି ।

ଛାତ୍ରଛାତ୍ରୀ ଯେପରି ପାଠ୍ୟକ୍ରମକୁ ବୋଝ ସଦୃଶ ଅନୁଭବ ନକରନ୍ତି ତାହାକୁ ଦୃଷ୍ଟିରେ ରଖି କ୍ଲାଉଡ଼ର ପ୍ରତ୍ୟେକଟି ଭର୍ସନର ରୂପରେଖ ହୋଇଛି । ଘରେ ରହି ମଧ୍ୟ ଛାତ୍ରଛାତ୍ରୀମାନେ ଯେପରି ସ୍କୁଲରେ ବସି ସମୂହ ଶିକ୍ଷାଦାନ ପାଇପାରୁଛନ୍ତି ତାହାକୁ ଏହି ଭର୍ସନ ଗୁଡ଼ିକରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।

ଛାତ୍ରଛାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସ୍କଲାଷ୍ଟିକ ଏବଂ କୋ-ସ୍କଲାଷ୍ଟିକ କ୍ଲାସ ସହିତ ସବଜେକ୍ଟିଭ ଏବଂ ଅବଜେକ୍ଟିଭ ପରୀକ୍ଷାଗୁଡ଼ିକୁ ଗୁରୁତ୍ୱ ଦିଆଯାଇଛି ।

ସାଇ ଇଣ୍ଟରନ୍ୟାସନାଲ ଏଜୁକେସନ ଗ୍ରୁପ ଅନଲାଇନ ନିରାପତ୍ତାକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.