Latest Odisha News

ସର୍ବୋଚ୍ଚ ରେକର୍ଡ କଲା ସୁନା ଦର, ଚିନ୍ତାରେ ଗ୍ରାହକ

ଭୁବନେଶ୍ବର: ଚାଲିଛି ପାର୍ବଣର ଋତୁ । ଏହାରି ଭିତରେ ହୁ ହୁ ହୋଇ ବଢିବାରେ ଲାଗିଛି ସୁନା ଦର । ଆଜି ସୁନାର ଦାମ ସର୍ବୋଚ୍ଚ ରେକର୍ଡ କରିଛି । ଆହୁରି ୨୫୦ ଟଙ୍କା ବଢିଛି । ଯାହାକୁ ମିଶାଇ ୧୦ ଗ୍ରାମ ସୁନାର ଦାମ ୭୮ ହାଜର ୭୦୦ ଟଙ୍କାରେ ପହଞ୍ଚିଛି । ଯାହା ଗ୍ରାହକଙ୍କ ମୁଣ୍ଡ ବିନ୍ଧାର ବିଷୟ ପାଲଟିଛି ।

ଶୁକ୍ରବାର ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ ୧୦ ଗ୍ରାମ ପିଛା ୭୮,୪୫୦ ଟଙ୍କା ଥିଲା ।

ତେବେ ରୂପା କୁ ନେଇ ସାମାନ୍ୟ ଆଶ୍ବସ୍ତି ମିଳିଛି । ରୁପାର ଦର ଆଜି ପ୍ରାୟ ୨୦୦ ଟଙ୍କା ଶସ୍ତା ହୋଇଛି । ଶୁକ୍ରବାର ଏକ କେଜି ରୁପାର ଦାମ୍ ୯୪ ହଜାର ୨୦୦ ଟଙ୍କା ଥିଲା । ହେଲେ ଆଜି ଏହା ୯୪ ହଜାର ଟଙ୍କାକୁ ହ୍ରାସ ପାଇଥିବା ସୂଚନା ରହିଛି ।

Leave A Reply

Your email address will not be published.