Latest Odisha News

BREAKING NEWS

ସୁନା ଦରରେ ହେଲା ପରିବର୍ତ୍ତନ: ଜାଣନ୍ତୁ, କ’ଣ ରହିଛି ମୂଲ୍ୟ !

ମୁମ୍ବାଇ: ସୁନା ଦର ଗତ ଦୁଇଦିନ ଧରି ଲଗାତର ହ୍ରାସ ପାଇ ଚାଲିଥିଲା । ଏବେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଘଟି ବୃଦ୍ଧି ପାଇଛି ବଜାର ଦର ।

ଭାରତରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୪୭,୦୦୦ ରୁ ୪୭,୧୦୦ ହୋଇଛି । ସେହିପରି ଭାବେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି । ୨୨ କ୍ୟାରେଟ୍ ସୁନାରେ ମଧ୍ୟ ବୃଦ୍ଧି ଘଟିଥିବା ଯୋଗୁଁ ବଜାର ଦର ଭାରତରେ ରହିଛି ୪୬,୨୦୦ ଟଙ୍କା । ଦେଶର ବିଭିନ୍ନ ସହରମାନଙ୍କରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଘଟିଛି ।

ଦେଶର ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ସ୍ୱର୍ଣ୍ଣ ଉପରେ ମଧ୍ୟ ଦର ବୃଦ୍ଧି ଘଟିଛି । ଏବେ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ଦାମ ଦିଲ୍ଲୀରେ ୪୭,୨୦୦ ଏବଂ ୨୨ କ୍ୟାରେଟ୍ ସୁନାର ଦାମ ୪୬,୦୦୦ ରହିଛି । ସେହିପରି ଭାବେ ମୁମ୍ବାଇରେ ସୁନା ଦର ବୃଦ୍ଧି ଘଟି ଯଥାକ୍ରମେ ୪୭,୧୦୦ ଏବଂ ୪୬,୨୦୦ ରହିଛି ।

ମଙ୍ଗଳବାର ଦିନ ଓଡ଼ିଶାର ଭୁବନେଶ୍ୱରରେ ମଧ୍ୟ ସୁନାଦର ସାମାନ୍ୟ ବୃଦ୍ଧି ଘଟିଛି । ଏଠାରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୨୨୦ ଟଙ୍କା ବୃଦ୍ଧି ପାଇଥିବା ଯୋଗୁଁ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯, ୬୭୦ ଟଙ୍କା ହୋଇଛି । ଅନ୍ୟ ପକ୍ଷରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୨୧୦ ଟଙ୍କା ମଙ୍ଗଳବାର ଦିନ ବଢିଛି । ଏବେ ଏହା ୧୦ ଗ୍ରାମ ପ୍ରତି ୨୧୦ ଟଙ୍କା ବୃଦ୍ଧି ପାଇଥିବା ଯୋଗୁଁ ମୂଲ୍ୟ ୪୫, ୫୩୦ ଟଙ୍କାରେ ପହଞ୍ଚିଛି ।

ସୁନା ଦର ବୃଦ୍ଧି ପାଇବା ପରି ରୂପା ଦରରେ ମଧ୍ୟ ବୃଦ୍ଧି ପାଇବା ଲକ୍ଷ୍ୟ କରାଯାଇଛି । ରୁପା କିଲୋଗ୍ରାମ ପିଛା ୬୦୦ ଟଙ୍କା ବୃଦ୍ଧି ପାଇଥିବା ଯୋଗୁଁ ୪୭, ୧୦୦ ରୁ ବଢି ଦାମ ୪୭,୭୦୦ରେ ପହଞ୍ଚିଛି ।

Comments are closed.