Latest Odisha News

BREAKING NEWS

ପରଲୋକରେ ବାଲେଶ୍ୱର ସଦର ବିଧାୟକ ମଦନମୋଦନ ଦତ୍ତ

ଭୁବନେଶ୍ୱର : ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ହୃଦଘାତରେ ଆଜି ଦେହାନ୍ତ ହୋଇଛି । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା ।

ମଦନମୋହନଙ୍କ ପୁଅ ମାନସ ସାମ୍ବାଦିକମାନଙ୍କୁ ଦେଇଥିବା ସୂଚନା ଅନୁଯାୟୀ, ‘ସେ କିଡନୀ ରୋଗରେ ପୀଡିତ ଥିବାରୁ ତାଙ୍କର ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । କିନ୍ତୁ ଆଜି ୯ଟା ୪୫ ମିନିଟ୍ ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।

ଗତ ସାଧାରଣ ନିର୍ବାଚନର ୬ ମାସ ପରେ ତାଙ୍କର କିଡନୀ ସମସ୍ୟା ଦେଖା ଦେବାରୁ ଭୁବନେଶ୍ୱର ଏମସ୍‌ରେ ଭର୍ତ୍ତି କରାଯାଇଥିଲା । ଟିକେ ସୁସ୍ଥ ହେବା ପରେ ସେ ବାଲେଶ୍ୱର ଫେରିଥିଲେ । ଏହା ପରେ ତାଙ୍କର ଆଣ୍ଟଗଣ୍ଠିରେ ଯନ୍ତ୍ରଣା ବଢିଥିଲା । ତେଣୁ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ’

ମଦନମୋହନଙ୍କ ମରଶରୀରକୁ ବାଲେଶ୍ୱର ନିଆଯିବ । ସେହିଠାରେ ହିଁ ଶେଷକୃତ୍ୟ କରାଯିବ ।

ଗତ ସାଧାରଣ ନିର୍ବାଚନରେ ସେ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦିତା କରି ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସଙ୍କୁ ପରାସ୍ତ କରିଥିଲେ ।

Leave A Reply

Your email address will not be published.