ଯାଜପୁର: ପୁଣି ଲୁଟ୍ ଉଦ୍ୟମ । ଯାଜପୁର ହରିପୁର ବଜାରରେ ଥିବା ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍ ଉଦ୍ୟମ କରିଥିଲେ ଦୁର୍ବୁତ୍ତ । ହେଲେ ଲୁଟ୍ ଉଦ୍ୟମ ବିଫଳ ହୋଇଥିଲା । ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ୨ଜଣ ସୁନା ଦୋକାନୀ ଓ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ଦୁର୍ବୁତ୍ତ ଫେରାର ହୋଇଯାଇଛନ୍ତି ।
ସୂଚନା ଅନୁସାରେ, ହରିପୁର ବଜାରର ଏମଏସ ଜୁଏଲାର୍ସର ମାଲିକ ଆଶିଷ ପାତ୍ର, ଦେବାଶିଷ ପାତ୍ର ଏବଂ କର୍ମଚାରୀ ସୋମୁ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ଏହି ସମୟରେ ହରିପୁର ବାଲିପାଟଣା ରୋଡ଼ରେ କିଛି ଦୁର୍ବୁତ୍ତ ତାଙ୍କୁ ପିଛା କରି ପ୍ରଥମେ ଲଙ୍କା ଗୁଣ୍ଡ ଫିଙ୍ଗିଥିଲେ । ପରେ ଦୁର୍ବୃତ୍ତମାନେ ମାଲିକ ଓ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏଥିରେ ଆଶିଷ ଓ ସୋମୁଙ୍କ ଗୋଡ଼ରେ ଗୁଳି ବାଜିଥିଲା । ଦେବାଶିଷଙ୍କ ଆଖିରେ ଲଙ୍କାଗୁଣ୍ଡ ପଡ଼ିଛି ।
ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । କୁଆଖିଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed.