Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ, ୫ଟି ସ୍ଥାନରେ ରେଡ୍

ନୟାଗଡ଼: ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ । ଆୟ ବର୍ହିଭଊତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ସହକାରୀ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ଘରେ ରେଡ୍ ଚାଲିଛି । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଏତିକିବେଳେ ତାଙ୍କ ଘରୁ ନଗଦ ୨ଲକ୍ଷ ୭୪ହଜାର ୭୫ ଟଙ୍କା ମିଳିଛି । ଗୋଟିଏ ଚାରି ଚକିଆ ଓ ତିନିଟି ଦୁଇଟି ଚକିଆ ଗାଡ଼ି ଠାବ ହୋଇଛି ।

ଚଢ଼ାଉ ବେଳେ ଜଣା ପଡିଛି ଜୟନ୍ତ ଦାସଙ୍କର ନୟାଗଡ଼ ଲେଙ୍କୁଡିପଡ଼ାରେ ଗୋଟିଏ ଚାରି ମହଲା କୋଠା ଅଛି । ଓଡ଼ଗାଁ ଗାନ୍ଧିସାହିରେ ଅଛି ଦୁଇଟି ଦୁଇ ମହଲା କୋଠା ଘର । ନୟାଗଡ଼ ବିରୁଡ଼ା ସ୍ଥିତ ପୈତୃକ ଘର ଓ ନୟାଗଡ଼ ସ୍ଥିତ ଅଫିସର ପଞ୍ଝା ମାରିଛି ଭିଜିଲାନ୍ସ ।

ଚଢ଼ାଉରେ ଭିଜିଲାନ୍ସ ବିଭାଗର ୪ ଜଣ ଡିଏସପି, ୮ ଜଣ ଇନିସ୍ପେକ୍ଟର, ୪ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ତାଙ୍କ ଘରୁ ଟଙ୍କା ଓ ସୁନା ଗହଣା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତିର ବି ଜବତ ହୋଇଛି । ଆଗକୁ ଚଢ଼ାଉ ପରେ ସ୍ପଷ୍ଟ ହେବ ଜୟନ୍ତ ଦାସ କେତେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ।

Leave A Reply

Your email address will not be published.