ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏକ ସାକ୍ଷାତକାରରେ ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି । ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପରେ କୋହଲି ଏବେ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଦଳ ସହିତ ଯୋଗ ଦେଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ମୋତେ ଲାଗୁନି ମୁଁ ଆଗକୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରିବି । ଏହା ପରେ ସେ ଆଉ ବେଶୀ ଦିନ ଖେଳିବେ ନାହିଁ ବୋଲି ଅନୁମାନ କରାଯାଉଛି । କୋହଲି ଟି୨୦ ବିଶ୍ୱକପ ପରେ ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଥିଲେ । କୋହଲି ଏବେ ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ନେଇ ମୋତେ ପରୋକ୍ଷରେ କୋହଲି ସୂଚନା ଦେଇଛନ୍ତି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ବିସିସିଆଇ ଇଂଲଣ୍ଡ ବିପକ୍ଷ ସିରିଜରେ ରୋହିତ ଶର୍ମାଙ୍କୁ ଅଧିନାୟକ କରିବା ନେଇ ସବୁଜ ସଙ୍କେତ ଦେଇଛି । ଅନ୍ୟ ଅର୍ଥରେ ବିସିିସିଆଇ ଆଗାମୀ ୱାର୍ଲ୍ଡ ଟେଷ୍ଟ ସିରିଜ ଏବଂ ଦିନିକିଆ ବିଶ୍ୱକପ ପାଇଁ ଏହି ଦୁଇ ମହାନ ଖେଳାଳିଙ୍କୁ ଖେଳିବା ଅବସର ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଚାମ୍ପିୟନ୍ସ ଟ୍ରଫିରେ କୋହଲି ଭଲ ପ୍ରଦର୍ଶନ କରିଥିବା ବେଳେ ରୋହିତ ଫାଇନାଲରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ ।
Comments are closed.