Latest Odisha News

BREAKING NEWS

ମାତିଛନ୍ତି ନର ପିଶାଚ, ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଅନୁଗୁଳ: ଜଣେ କଲେଜ ଛାତ୍ରୀଙ୍କ ହତ୍ୟା ମାମଲାକୁ ନେଇ ଚର୍ଚ୍ଚାକୁ ଆସିଛି ଅନୁଗୁଳର ଗିରିଧିବାସିଆ ଗାଁ । ଏକ ନାଳ ପାଖରେ ଥିବା ବୁଦାମୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ବୃଦ୍ଧି ପାଇଥିଲା ।

ଆଜି ସକାଳ ପ୍ରାୟ ୮ଟାବେଳେ ଘର ପାଖ ନାଳକୁ ଯୁବତୀ ଜଣକ ଗାଧୋଇବାକୁ ଯାଇଥିଲେ । ହେଲେ ଦୀର୍ଘ ଏକ ଘଣ୍ଟା ବିତିଯିବା ପରେ ଯୁବତୀ ଜଣକ ଘରକୁ ଫେରିନଥିଲେ । ତାଙ୍କୁ ଖୋଜିବା ଲାଗି ବଡ ଭଉଣୀ ଯାଇଥିଲେ ହେଁ କୌଣସି ଖୋଜ ଖବର ମିଳିନଥିଲା । ଶେଷରେ ପରିବାର ଲୋକେ ମିଳିତ ଭାବେ ବହୁ ସମୟ ଧରି ଖୋଜାଖୋଜି କରିବା ପରେ ଏକ ବୁଦାମୂଳରେ ମିଳିଥିଲା ଯୁବତୀଙ୍କ ମୃତଦେହ । ଯୁବତୀଙ୍କ ଦେହରେ କୌଣସି ବସ୍ତ୍ର ନଥିଲାବେଳେ ହାତଗୋଡ ବନ୍ଧା ହୋଇଥିଲା ।

ଡାଳପତ୍ରରେ ଘୋଡା ହୋଇଥିବା ଅବସ୍ଥାରେ ମୃତ ଯୁବତୀଙ୍କୁ ଦେଖି ପରିବାର ଲୋକେ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ମୃତଦେହକୁ ଉଦ୍ଧାର କରିବା ସହ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ୩ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

ଘଟଣାସ୍ଥଳରେ ତଥ୍ୟ ସଂଗ୍ରହ ପାଇଁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରକୁ ନିୟୋଜିତ କରାଯାଇଛି । ତେବେ ଏଭଳି ଘୃଣ୍ୟ ଘଟଣାରେ ସଂପ୍‌ୃକ୍ତ ଥିବା ଅଭିଯୁକ୍ତଙ୍କୁ ଧରିବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ପ୍ରତିବାଦରେ ଅନୁଗୁଳ-ଆଠଗଡ ରାଜପଥ ମଧ୍ୟ ଅବରୋଧ କରାଯାଇଥିଲା । ମୃତ ଯୁବତୀ ଜଣକ ଅନୁଗୁଳ ସରକାରୀ କଲେଜରେ ସ୍ନାତକ କଳା ବିଭାଗର ଶେଷ ବର୍ଷର ଛାତ୍ରୀ ଥିଲେ । ଭବିଷ୍ୟତରେ ସେ ପୋଲିସ ବିଭାଗରେ ଯୋଗଦେବାକୁ ପ୍ରସ୍ତୁତି ଚଳାଇଥିଲେ । ହେଲେ କିଛି ସଇତାନଙ୍କ ପାଇଁ ଜଣେ ଯୁବତୀଙ୍କ ଜୀବନ ଓ ସ୍ୱପ୍ନ ଧୂଳିସାତ ହୋଇଛି ।

Leave A Reply

Your email address will not be published.