Latest Odisha News

BREAKING NEWS

ଆହୁରି ହ୍ରାସ ପାଇଲା ସୁନା ଦର; ଜାଣନ୍ତୁ କେତେ ରହିଛି ଆଜିର ମୂଲ୍ୟ

ଭୁବନେଶ୍ୱର: ଆହୁରି ଶସ୍ତା ହେଲା ସୁନା । ଲଗାତାର ତୃତୀୟ ଦିନ ପାଇଁ ହ୍ରାସ ପାଇଲା ଦର। ଭାରତୀୟ ଟଙ୍କାର ସ୍ଥିତି ସୁଦୃଢ ହେବା ସହ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମୂଲ୍ୟ ହ୍ରାସ ହେବା ପରେ ଘରୋଇ ବଜାରରେ ସୁନାର ମୂଲ୍ୟ ହ୍ରାସ ହୋଇଛି ।

ଗୁରୁବାର ଦିନ ଦିନ ଦିଲ୍ଲୀ ସରଫା ବଜାରରେ ୧୦ ପ୍ରତି ଗ୍ରାମ ସୁନା ମୂଲ୍ୟରେ ୭୭୪ ଟଙ୍କା ହ୍ରାସ ହୋଇଥିବା ଜଣାପଡିଛି । ଗୁରୁବାର ଦିନ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୨,୫୨୯ ରୁ ଖସି  ୫୧,୭୭୫ରେ ପହଞ୍ଚିଛି ।

ସୁନା ଭଳି ରୂପା ମୂଲ୍ୟ ମଧ୍ୟ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ସରଫା ବଜାରରେ ୧ କିଲୋଗ୍ରାମ ରୂପାର ମୂଲ୍ୟ ୭୧,୦୮୪ ରୁ ହ୍ରାସ ପାଇ ହୋଇ ୬୯,୧୭୬ ରେ ପହଞ୍ଚିଛି ।

ବିଶେଷଜ୍ଞଙ୍କ କହିବାନୁଯାୟୀ ଗ୍ଲୋବାଲ କରେନ୍ସିରେ ଉତଥାନ ପତନ ହେବା ଦ୍ୱାରା ସୁନା ଏବଂ ରୂପାର ମୂଲ୍ୟ ତଳ ଉପର ହେଉଛି ।ଏପରି ସ୍ଥିତିରେ ପୁଣି ସୁନା ମୂଲ୍ୟ କମ୍ ମଧ୍ୟ ହୋଇପାରେ ।

Leave A Reply

Your email address will not be published.