ଚଣ୍ଡୀଗଡ: ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡ ନେଇ ଆଜି ମୁହଁ ଖୋଲିଛନ୍ତି ଗୋଲ୍ଡି ବରାଡ । ଗ୍ୟାଙ୍କଷ୍ଟାର ଲରେନ୍ସ ବିଶ୍ନୋଇର ସାଥୀ ଗୋଲ୍ଡି ଖୋଲାଖୋଲି ଭାବେ କହିଛନ୍ତି ସିଦ୍ଧୁଙ୍କ ହତ୍ୟା ନେଇ ଆମ ମନରେ କୌଣସି ଅନୁଶୋଚନା ନାହିଁ । ସେ ଆମ ଭାଇ ଭଳି ସାଥୀ ବିକ୍କି ମିଡ୍ଡୁଖେଡାଙ୍କ ହତ୍ୟା ପଛର କାରଣ ଥିଲେ । ଏପରିକି ମାମଲାକୁ ଶାନ୍ତ କରିବା ପାଇଁ ଆମକୁ ସିଦ୍ଧୁ ୨ କୋଟି ଟଙ୍କା ଯାଚିଥିଲେ । ଭାଇର ପ୍ରତିଶୋଧ ନେବା ପାଇଁ ଆମେ ଏହାକୁ ଗ୍ରହଣ କରି ନ ଥିଲୁ । ହତ୍ୟା କରି ଆମେ ଆମ ପ୍ରତିଶୋଧ ପୂରଣ କରିପାରିଛୁ ବୋଲି ସେ କହିଛନ୍ତି । ଏକ ଟିଭି ଚ୍ୟାନେଲକୁ ମୁହଁ ଲୁଚାଇ ଭିଡିଓ ମେସେଜ ମାଧ୍ୟମରେ ଗୋଲ୍ଡି ଏହା ଜଣାଇଥିଲେ । ପୋଲିସ ମଧ୍ୟ ଏହା ତାଙ୍କ ସ୍ୱର ବୋଲି ସ୍ପଷ୍ଟ କରିଛି । ଦିଲ୍ଲୀ ଓ ପଞ୍ଜାବ ପୋଲିସ ସିଦ୍ଧୁ ହତ୍ୟାକାଣ୍ଡ ପଛରେ ଗୋଲ୍ଡିର ହାତ ଥିବା ସ୍ପଷ୍ଟ କରିଛନ୍ତି । ସିଦ୍ଧୁଙ୍କୁ ୯୫ ପ୍ରତିଶତ ପଞ୍ଜାବୀ ପସନ୍ଦ କରୁ ନ ଥିଲେ । ତାଙ୍କ ଭାଗ୍ୟ ଭଲ ମୃତ୍ୟୁ ପରେ ତାଙ୍କ ଇମେଜ ବଦଳି ଯାଇଛି । ଶେଷରେ ଗୋଲ୍ଡି କହିଥିଲେ ଆମେ ଖରାପ, ଭଲ ÷ହବାର ଆବଶ୍ୟକତା ନାହିଁ ।
BREAKING NEWS
- ପିଶାଚ ପଡୋଶୀ, ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା
- ‘ରୋମିଓ-ଜୁଲିଏଟ୍ କ୍ଲଜ୍’ କଣ; ଯାହା ଉପରେ ବିଚାର କରିବାକୁ କେନ୍ଦ୍ରକୁ ସୁପ୍ରିକୋର୍ଟଙ୍କ ପରାମର୍ଶ
- ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ, ସୌରାଷ୍ଟ୍ର ସେମି ଫାଇନାଲରେ
- ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ
- ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ
- ବିସିବିର ଆଉ ଏକ ମିଛ ଧରିଲା ଆଇସିସି
- ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…
- Jagdeep Dhankhar Hospitalised At AIIMS: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏମ୍ସରେ ଭର୍ତ୍ତି; ଗତ ସପ୍ତାହରେ ଦୁଇଥର ଅଚେତ…
- ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
- ରହିବନି କୋଟା ଓ ଆରଏସି; ବନ୍ଦେ ଭାରତ ସ୍ଲିପର ଟ୍ରେନରେ ମିଳିବ ଏହି ସୁବିଧା…
Comments are closed.