ନୂଆଦିଲ୍ଲୀ:ଆସିଲା ଇପିଏଫଓ ଧାରକଙ୍କ ପାଇଁ ଖୁସି ଖବର । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(EPF) ଯୋଜନା ବେତନ ସୀମାକୁ କେନ୍ଦ୍ର ସରକାର ଖୁବ ଶୀଘ୍ର ୧୫ ହଜାରରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରିପାରନ୍ତି । ଏହାପୂର୍ବରୁ ସେପ୍ଟେମ୍ବର ୨୦୧୪ ରେ ସରକାର ବେତନ ସୀମାକୁ ଦ୍ୱିଗୁଣିତ କରି ୬,୫୦୦ ରୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ କରିଥିଲେ।
ସାଧାରଣତଃ କର୍ମଚାରୀଙ୍କ ବେତନର ୧୨ ପ୍ରତିଶତ ଏବଂ ନିଯୁକ୍ତିଦାତାର ୧୨ ପ୍ରତିଶତ ଅଟେ । ଯଦି ବର୍ତ୍ତମାନ ସର୍ବାଧିକ ବେତନ ସୀମା ବୃଦ୍ଧି କରାଯାଏ, ତେବେ କର୍ମଚାରୀ ଅଧିକ ଲାଭବାନ ହେବେ । କର୍ମଚାରୀଙ୍କ ସଂଖ୍ୟାକୁ ଦେଖି ଇପିଏଫ ସହିତ କମ୍ପାନୀଗୁଡିକର ପଞ୍ଜୀକରଣ ବାଧ୍ୟତାମୂଳକ ଅଟେ । ଯଦି ଗୋଟିଏ କମ୍ପାନୀରେ ୨0 କିମ୍ବା ଏହାଠାରୁ ଅଧିକ କର୍ମଚାରୀ କାର୍ଯ୍ୟ କରନ୍ତି, ତାହାଲେ ସେହି କମ୍ପାନୀଗୁଡିକ ଇପିଏଫଓ ଅଧିନରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ । କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟାକୁ ହ୍ରାସ କରିପାନ୍ତି କେନ୍ଦ୍ର ସରକାର । ତେବେ ଏହି ସଂଖ୍ୟା ୧୦ରୁ ୧୫ କର୍ମଚାରୀକୁ ହ୍ରାସ ହୋଇପାରେ ।
ଯଦି ବେତନ ସୀମା ବୃଦ୍ଧି ହୁଏ, ତେବେ କର୍ମଚାରୀ ଏବଂ ନିଯୁକ୍ତିଦାତା ପ୍ରଦାନ କରିବାକୁ ଥିବା ଅଂଶ ମଧ୍ୟ ସମାନ ପରିମାଣରେ ବୃଦ୍ଧି ପାଇବ । ଏହା EPFO ଏବଂ EPS ଆକାଉଣ୍ଟରେ ଜମା ହୋଇଥିବା ପରିମାଣକୁ ବୃଦ୍ଧି କରିବ , ଫଳରେ ଏହା କର୍ମଚାରୀମାନଙ୍କୁ ଅବସର ସମୟରେ ସେମାନଙ୍କର ପ୍ରୋଭିଡେଣ୍ଟ ପାଣ୍ଠିକୁ ବୃଦ୍ଧି କରିବାରେ ସହଯୋଗ କରିବ ।