ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୫ ତାରିଖରୁ ରାଜ୍ୟରେ ମଣ୍ଡି ଖୋଲିବ । ଏନେଇ ଆଜି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମନ୍ତ୍ରୀ କହିଛନ୍ତି ଯେ, ସରକାର ଧାନ ନେବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ମିଲରମାନଙ୍କୁ ଗୋଦାମ ଖାଲି କରିବା ପାଇଁ ଦାୟିତ୍ୱ ମଧ୍ୟ ଦିଆଯାଇଛି । କିଛି କିଛି ସ୍ଥାନରେ ଗୋଦାମ ଖାଲି ହେଲାଣି । ଯେବେ ଧାନ ରେଡି ହୋଇଯିବ ସେବେ ମଣ୍ଡି ଖୋଲିବ ।
ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଧାନ ଚାଷ ହେଇଛି । ପଞ୍ଜୀକୃତ ସମସ୍ତ ଚାଷୀଙ୍କଠାରୁ ଧାନ କିଣାଯିବ । ୩୨ଟି ମଡେଲ ମଣ୍ଡି ପାଇଁ ଟେଣ୍ଡର ହୋଇଛି । ଏଥିପାଇଁ ୩୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୧୦୦ଟି ମଡେଲ ମଣ୍ଡି ପାଇଁ ସରକାର ଯୋଜନା କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୩୮ଟି ମଡେଲ ମଣ୍ଡି ଖୋଲାହେବ । ଏ ନେଇ ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ୍ କମ୍ପାନୀ (ଓବିସିସି)କୁ ଟେଣ୍ଡର ମଧ୍ୟ ଦିଆଯାଇଛି । ସରକାର ୩୧୩ କୋଟି ଟଙ୍କା ଓବିସିସିକୁ ଦେଇସାରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ୬୨ଟି ମଡେଲ ମଣ୍ଡି ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
Comments are closed.