କନ୍ଧମାଳ: ନିଜର ଅଭିଯୋଗ ନେଇ ଆଉ କେହି ଥାନାକୁ ଯିବେନାହିଁ, ଘରେ ବସି ନିଜ ମୋବାଇଲେରେ ହିଁ ଅଭିଯୋଗ କରିପାରିବେ । କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ଏବେ ଏହି ସୁବିଧା ଆଣିଛି ପୋଲିସ । ମୋବାଇଲ ସେବା ସାଥି ଆପ୍ ଦ୍ବାରା ହ୍ୱାଟ୍ସଆପ୍ ନମ୍ୱରରେ ଯେ କେହି ବି ଜିଲ୍ଲାର ଯେକୌଣସି ସ୍ଥାନରେ ରହି ପୋଲିସକୁ ଅଭିଯୋଗ କରିପାରିବେ ।
ଜନସାଧାରଣଙ୍କ ସୁରକ୍ଷାକୁ ନଜରରେ ରଖି ଏହି ସାଥି ଆପର ଶୁଭ ଉଦଘାଟନ କରିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର । କନ୍ଧମାଳ ଏସପି ହରିଶ୍ ବିଶିଙ୍କ ଏଭଳି ନିଆରା ପ୍ରୟାସକୁ ଭୁୟସି ପ୍ରଶସାଂ କରିବା ସହ କନ୍ଧମାଳ ବାସୀଙ୍କ ନିକଟରେ ଏହି ସେବା କିପରି ଗଣ ମାଧ୍ୟମ ଜରିଆରେ ପହଞ୍ଚିବ ସେଥିପାଇଁ ଚେଷ୍ଟା କରାଯାଇଛି ।
ଲୋକଙ୍କ ସମସ୍ୟାକୁ କେମିତି ସହଜରେ ସମାଧାନ କରାଯାଇ ପାରିବ ସେନେଇ ଆରମ୍ଭ ହୋଇଛି ଏହି ଆପ୍ । ତେବେ କନ୍ଧମାଳ ପୋଲିସର ଏଭଳି ପ୍ରୟାସକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।
Comments are closed.