ଭୁବନେଶ୍ୱର: ପଶୁ ପ୍ରେମୀଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିବେ ନୂଆ ଅତିଥି ।
ନନ୍ଦନକାନନ ନିର୍ଦ୍ଦେଶକ ସନଥ କୁମାରଙ୍କ କହିବାନୁସାରେ, ଖୁବ୍ ଶୀଘ୍ର ଚିଡିଆଖାନାରେ ଚିତାବାଘ ଦେଖିବାକୁ ମିଳିବେ । ଆଉ ଏବେ ରାଜ୍ୟବାସୀଙ୍କୁ ଚିତା ବାଘ ଦେଖିବାକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଯିବାକୁ ପଡିବନି ।
ଦକ୍ଷିଣ ଆଫ୍ରିକାରୁ ଏମାନଙ୍କୁ ଆଣିବା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପ୍ରଥମେ ନନ୍ଦନକାନନକୁ ଚିତା ଆଣିବାକୁ ଯୋଜନା ରହିଛି । ଉଭୟ ପୁରୁଷ ଏବଂ ମାଇ ଚିତା ଆସିବେ । ପରେ ଅନ୍ୟ ଜଙ୍ଗଲକୁ ଚିତା ଆସିବେ । ଏନେଇ ଖୁବ୍ ଶୀଘ୍ର ଟେଣ୍ଡର ହେବ । ଏଥିପାଇଁ ବେସରକାରୀ ଅନୁଷ୍ଠାନକୁ ନିୟୋଜିତ କରାଯିବ ବୋଲି ସୂଚନା ରହିଛି । ଏବେ ଓଡିଶାରେ ସେମାନଙ୍କ ସଫାରୀ କରିହେବ ।
ସନଥ କୁମାରଙ୍କ କହିବାନୁସାରେ, ଟେଣ୍ଡର ଯେଉଁ କମ୍ପାନୀକୁ ମିଳିବ ସେହି ସଂସ୍ଥା ଚିଡିଆଖାନା ଚୟନଠୁ ଆରମ୍ଭ କରି ସେମାନଙ୍କୁ ନନ୍ଦନକାନନେ ରଖିବା ପାଇଁ ବ୍ୟବସ୍ଥା କରିବ । ଏଥିପାଇଁ ଅର୍ଥର ଆବଶ୍ୟକତା ରହିଛି । ସରକାରଙ୍କ ଅନୁମୋଦନ ପରେ ସମସ୍ତ ପ୍ରକ୍ରିୟା ଆରମ୍ଭ ହେବ ।