Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନକୁ ସୁରଟରୁ ଆସିଲେ ନୂଆ ଅତିଥି

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦକାନନକୁ ନୂଆ ଅତିଥିଙ୍କୁ ଅଣାଯାଇଛି । ସୁରଟର ଶ୍ୟାମପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନରୁ ଆସିଲେ ଜୀବଜନ୍ତୁ । ଅଦଳବଦଳ ପ୍ରକ୍ରିୟାରେ ଆସିଲେ ୫ ଓଧ, ୨ ଧୂସର ଗଧିଆ, ୧୦ ବିରଳ କଇଁଛ, ୨ ଫିଜାଣ୍ଟ ପକ୍ଷୀ ଆସିଛନ୍ତି ।

ପ୍ରତିବଦଳରେ ଶ୍ୟାମପ୍ରସାଦ ମୁଖାର୍ଜୀ ଉଦ୍ୟାନକୁ ନନ୍ଦନକାନନ ତରଫରୁ ଦିଆଗଲା ୧୪ ଜୀବଜନ୍ତୁ । ସେଥିମଧ୍ୟରେ ରହିଛନ୍ତି ୨ଟି ରୟାଲ ବେଙ୍ଗଲ ଟାଇଗର, ୨ଟି ମାଇ ଗଧିଆ, ୩ଟି ଚାରିଶୃଙ୍ଗୀ କୃଷ୍ଣସାର ମୃଗ । ୫ ବିଲୁଆ, ୨ ବାର୍କିଂ ହରିଣ ।

ଏହି ଅଧିଗ୍ରହଣ ସହିତ, ଚିଡ଼ିଆଖାନାର ପ୍ରଜାତି ସଂଖ୍ୟା ୧୭୬ ରୁ ୧୭୭ କୁ ବୃଦ୍ଧି ପାଇଛି । ତେବେ ନନ୍ଦନକାନନକୁ ଆସିଥିବା ୨୦ରୁ ୩୦ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ସେମାନଙ୍କୁ ସମ୍ପୃକ୍ତ ଏନକ୍ଲୋଜରକୁ ସ୍ଥାନାନ୍ତର କରାଯିବ । ଏହାପରେ ପର୍ଯ୍ୟଟକ ଦେଖିବେ ନୂଆ ଜୀବଜନ୍ତୁ । ୨୦୦୦ ମସିହାରେ ନନ୍ଦନକାନନରେ ଶେଷ ଥର ପାଇଁ ଓଧମାନଙ୍କୁ ରଖାଯାଇଥିଲା ।

ତେବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ନୂଆବର୍ଷ । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ, ନୂଆଦିଲ୍ଲୀ ଦ୍ୱାରା ଅନୁମୋଦିତ ଯୋଜନା ମୁତାବକ କର୍ତ୍ତୃପକ୍ଷ ଅଦଳବଦଳ ପ୍ରକ୍ରିୟାରେ ନୂଆ ଜୀବଜନ୍ତୁ ଆଣିଛନ୍ତି ।

Leave A Reply

Your email address will not be published.