Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନରେ ପୁଣି ଆରମ୍ଭ ହେବ ନୌକା ବିହାର

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଥିବା ନୌକା ବିହାର ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଏବେ ଏହାକୁ ଚଳାଇବା ଦାୟିତ୍ୱ ନନ୍ଦନକାନନ କର୍ତ୍ତୃପକ୍ଷ ନିଜ ହାତକୁ ନେଇଛନ୍ତି । ଦୀର୍ଘ ଦିନ ହେବ ନୌକା ବିହାର ବନ୍ଦ ଥିବାରୁ ପର୍ଯ୍ୟଟକ ନିରାଶ ହୋଇ ଫେରୁଥିଲେ । ହେଲେ ସୁରକ୍ଷିତ ଭାବେ ନୌକା ବିହାରର ମଜା ନେବେ ପର୍ଯ୍ୟଟକ ବୋଲି କହିଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ ।

ସୁରକ୍ଷିତ ଭାବେ ନୌକା ବିହାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ମଧ୍ୟରେ କାଞ୍ଜିଆ ହ୍ରଦରେ ନୌକା ବିହାର ସ୍ଥଳ ରହିଛି । କାଞ୍ଜିଆ ହ୍ରଦ ସଫେଇ କାର୍ଯ୍ୟ ମଧ୍ୟ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ୧୨ଟି ବୋଟ୍ ଅଣାଯାଇଛି । ସେଥିରେ ୬ଟି ଦୁଇ ଜଣିଆ ଓ ୬ଟି ୪ ଜଣିଆ ବୋଟ୍ ରହିଛି । ନନ୍ଦନକାନନ ପ୍ରତିଷ୍ଠା ଦିବସ ପୂର୍ବରୁ ନୌକା ବିହାର ସୁବିଧା ମିଳିବ ବୋଲି ସୂଚନା ମିଳିଛି ।

ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ କହିଛନ୍ତି ଯେ, ଘରୋଇକରଣ ଯୋଗୁ ସମ୍ପୃକ୍ତ ସଂସ୍ଥା ମନମାନି ଚଳାଇଥିଲା । ବିପଦପୂର୍ଣ୍ଣ ଭାବରେ ପର୍ଯ୍ୟଟକଙ୍କୁ ବିନା ସୁରକ୍ଷା ଜ୍ୟାକେଟ୍‌ରେ ବୁଲାଉଥିଲେ । ଏପରିକି ଛୋଟ ଛୋଟ ପିଲାଙ୍କୁ ନୌକା ବିହାର କରାଉଥିଲେ । ଘରୋଇ କମ୍ପାନିମାନେ ଟଙ୍କା ରୋଜଗାର ପାଇଁ ନିୟମ ମାନୁନଥିଲେ । କିନ୍ତୁ ଏବେ ନୌକା ବିହାର ଘରୋଇକରଣରୁ ମୁକ୍ତ ହୋଇଛି । ପର୍ଯ୍ୟଟକମାନେ ସୁରକ୍ଷିତ ଭାବେ ନୌକା ବିହାର ମଜା ନେଇ ପାରିବେ ।

Leave A Reply

Your email address will not be published.