Latest Odisha News

BREAKING NEWS

ରେଳ ଧାରଣାରୁ ଖସିଲା ମାଲ ବୋଝେଇ ଟ୍ରେନ, ୨୫ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ

ବିଶାଖାପାଟନାମ: ରେଳ ଧାରଣାରୁ ଖସିଲା ମାଲ ବୋଝେଇ ଟ୍ରେନ। ୨୫ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ। ସୁଡ଼ଙ୍ଗ ମଧ୍ୟରେ ରହିଛି ଟ୍ରେନର ଅଧା ବଗି। ଚିମିଡିପାଲି ନିକଟରେ ଘଟିଛି ଏହି ଦୁର୍ଘଟଣା। କେ କେ ଲାଇନରେ ଗାଡ଼ି ଚଳାଚଳ ବନ୍ଦ ରହିଛି।

ସୂଚନା ଅନୁସାରେ ଆରୁଖୁ–କୋତୱାଲାସା ମଧ୍ୟ ଚିମିଡିପାଲି ଷ୍ଟେସନ ନିକଟରେ ଘଟିଛି ଏହି ଦୁର୍ଘଟଣା। କିରୁଣଡୁଲରୁ ଲୁହାପଥର ବୋଝେଇ କରି ବିଜୟୱାଡ଼ା ଅଭିମୁଖେ ଯାଉଥିଲା ମାଲ ବୋଝେଇ ଟ୍ରେନ। ବିଶାଖାପାଟଣାରୁ କିରୁଣ୍ଡୁଲକୁ ଟ୍ରେନ ଚଳାଚଳ ବନ୍ଦ ରହିଛି। ବିଶାଖାପାଟନାମରୁ କିରଣଡୁଲକୁ ରାୟଗଡ଼ା ଦେଇ ଦିନ ବେଳା ଓ ରାତ୍ରୀ କାଳୀନ ଗାଡ଼ି ଚଳାଚଳ କରାଯିବ ବୋଲି ରେଳ ବିଭାଗ ସୂତ୍ରରୁ ସୂଚନା ମିଳିଛି।

KOKG ନାମକ ମାଲ ବୋଝେଇ ଟ୍ରେନ ଟିରେ ପ୍ରାୟ ୫୯ଟିରୁ ଉର୍ଦ୍ଧ୍ବ ବଗି ଲାଗିଥିଲା। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରାୟ ୨ଦିନ ପର୍ଯ୍ୟନ୍ତ ରେଳ ଚଳା ବନ୍ଦ ରହିବା ସମ୍ଭାବନା ରହିଛି।

Comments are closed.