Latest Odisha News

କୋରାପୁଟ ଓ ଜୟପୁର ମଧ୍ୟରେ ଲାଇନ ଚ୍ୟୁତ ହେଲା ମାଲବାହି ଟ୍ରେନର ୧୨ ଟି ବଗି 

କୋରାପୁଟ: ସୋମବାର ବିଳମ୍ବିତ ରାତିରେ କୋରାପୁଟ ଓ ଜୟପୁର ମଧ୍ୟରେ ମାନବାର ଷ୍ଟେସନ ନିକଟରେ ଲମାଲ୍‌ବାହୀ ଟ୍ରେନ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ କିରଣ୍ଡୁଲ୍‌ରୁ ବିଶାଖାପାଟଣା ଯାଉଥିବା ଏହି ଟ୍ରେନଟିର ୧୨ ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଛି। ବରିଷ୍ଠ ରେଳ ଅଧିକାରୀମାନେ ଧାରଣା ସଫା କାର୍ଯ୍ୟ ଆରମ୍ଭ କରିଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ, ଛତିଶଗଡର କିରଣ୍ଡୁଲରୁ ଲୁହାପଥର ପରିବହନ କରୁଥିବା ଏକ ମାଲବାହି ଟ୍ରେନ୍ ବିଶାଖାପାଟନମ୍ ଅଭିମୁଖେ ଯାଉଥିଲାବେଳେ କୋରାପୁଟ ଏବଂ ଜୟପୁର ମଧ୍ୟରେ ଥିବା ମାନବର ଷ୍ଟେସନ ନିକଟରେ ଲାଇନ ଚ୍ୟୁତ ହୋଇଥିଲା।

ତେବେ କିଛି ଘଣ୍ଟା ମଧ୍ୟରେ ଏହି ମାର୍ଗରେ ରେଳ ଚଳାଚଳ ସ୍ବାଭାବିକ ହେବା ନେଇ ସୂଚନା ମିଳିଛି ।

Comments are closed.