Latest Odisha News

ଭଦ୍ରକରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍

ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡି ଥାନା ଅନ୍ତର୍ଗତ ଜିଝାରପୁର ନିକଟ ଦେଇ ଯାଉଥିବା ଏକ ମାଲଗାଡି ଟ୍ରେନ୍ କୌଣସି କାରଣବଶତଃ ଲାଇନଚ୍ୟୁତ ହେବାରୁ ସେହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।

ମିଳିଥିବା ସୂଚନାନୁଯାୟୀ କୋଇଲା ବୋଝେଇ ଏହି ମାଲଗାଡିଟି ଧାମରାରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଏହାର ୭ଟି ୱାଗନ୍ ଲାଇନଚ୍ୟୁତ ହୋଇଯାଇଥିଲା ।

ଘଟଣା ସମ୍ପର୍କରେ ଖବର ପାଇ ରେଳବାଇ କର୍ତ୍ତୃପକ୍ଷ ଓ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ଭଦ୍ରକ ଜିଲ୍ଲାରେ ଗତ ୩ ଦିନ ଧରି ଜାରି ରହିଥିôବା ଲଗାଣ ବର୍ଷା ଫଳରେ ଅଘଟଣ ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ରିପୋର୍ଟ ଲେଖା ହେବା ମଧ୍ୟରେ ରେଳ ଧାରଣାର ମରାମତି କାର୍ଯ୍ୟ ଜାରି ରହିଥିବା ରେଳ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.