Latest Odisha News

BREAKING NEWS

ପାହାଡ଼ ଉପରୁ ଖସିଲା ପଥର, ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଅନୁଗୁଳ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ। ବଇଣ୍ଡାଠାରୁ ଗୋଟିଏ କିମି ଦୂରରେ ଏହି ଅଘଟଣ ଘଟିଛି। ପାହାଡ଼ରୁ ପଥର ଖସି ଟ୍ରାକରେ ପଡିଥିବା ବେଳେ ଏହା ଉପରେ ମାଲବାହୀ ଟ୍ରେନର ଇଞ୍ଜିନ ଚଢିଯାଇଥିଲା। ଫଳରେ ଟ୍ରାକରୁ ଚକ ଖସି ଇଞ୍ଜିନ ଲାଇନଚ୍ୟୁତ ହୋଇଗଲା।

ତାଳଚେରରୁ ସମ୍ବଲପୁର ଅଭିମୁଖେ ଯିବାବେଳେ ମାଲବାହୀ ଟ୍ରେନ ଟ୍ରାକରୁ ଚକ ଖସିଯାଇଥିଲା। ତେବେ ଘଟଣାରେ ରେଲୱେ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି। ଘଟଣାସ୍ଥଳରେ ରେଲୱେ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Comments are closed.