Latest Odisha News

BREAKING NEWS

ବୋଲେରୋକୁ ଧକ୍କା ଦେଲା ଟ୍ରେନ, ୩୦ ମିଟର ଘୋଷାଡି ନେଲା

ପାରାଦୀପ:ପାରଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରେନ ଧକ୍କା ଦେଲା ବୋଲେରୋକୁ । ପ୍ରାୟ ୩୦ମିଟର ଘୋଷାଡ଼ି ହୋଇଗଲା ବୋଲେରୋ । ଆଜି ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଥିବା ଏମସିଏଚପି କ୍ୟାଣ୍ଟିନ ପାଖରେ ଏହି ଦୁର୍ଘଟଣା ଘଟିଛି ।

ମାଲବାହୀ ଟ୍ରେନଟି ନିଜ ଟ୍ରାକରେ ଯାଉଥିଲା । ହଠାତ ଏକ ବୋଲେରୋ ରେଳ ଧାରଣା ଅତିକ୍ରମ କରୁଥିବାବେଳେ ଟ୍ରେନ ସାମ୍ନା ଟ୍ରାକ ଉପରେ ଅଟକି ଯାଇଥିଲା । ଫଳରେ ଟ୍ରେନଟି ବୋଲେରୋକୁ ଧକ୍କା ଦେଇ ୩୦ ମିଟର ଯାଏ ଘୋଷାଡି ନେଇଥିଲା । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । ବୋଲେରୋରେ ବସିଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ବୋଲେରୋ ଡ୍ରାଇଭରଙ୍କର ଅସାବଧାନତା ଯୋଗୁ ଏପରି ଏକ ଅଘଟଣା ଘଟିଥିବା କୁହାଯାଉଛି ।

Leave A Reply

Your email address will not be published.