Latest Odisha News

BREAKING NEWS

ମା’-ବାପାଙ୍କ କଥା ନ ବୁଝିଲେ ସନ୍ତାନଙ୍କୁ ମିଳିବନି ସମ୍ପତ୍ତି ଭାଗ: ନୂଆ ନିୟମ ଆଣିଲେ ଏଇ ସରକାର

ଲକ୍ଷ୍ନୌ: ବାର୍ଦ୍ଧକ୍ୟରେ ସନ୍ତାନମାନେ ପିତାମାତାଙ୍କୁ ଖୁବ ଅବହେଳା କରୁଛନ୍ତି । ବୁଢା ବାପା-ମା’ଙ୍କ ଶେଷ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡୁଛି । ପିଲାମାନେ ନିଜ ସଂସାରରେ ବୁଡି ରହି ବୁଢା ବାବା-ମା’ଙ୍କ ପ୍ରତି ନିଷ୍ଠୁର ହୋଇ ପଡୁଛନ୍ତି, ସେମାନଙ୍କ ପ୍ରତି ଅବହେଳା କରୁଛନ୍ତି । ଏ ସମସ୍ୟା ସବୁଠି ଦେଖିବାକୁ ମିଳୁଛି । ହେଲେ ଏଥିନେଇ କଠୋର ନିୟମ ଆଣିବାକୁ ଯାଉଛନ୍ତି ଯୋଗୀ ସରକାର । ଏଣିକି ବାପା-ମା’ଙ୍କ ଦେଖାଶୁଣା ନ କଲେ ମିଳିବନି ସମ୍ପତ୍ତିରେ ଭାଗ ।

ଏବେ ଉତ୍ତର ପ୍ରଦେଶରେ ମା-ବାପାଙ୍କୁ ହଇରାଣ କରୁଥିବା ସନ୍ତାନଙ୍କୁ ତାଙ୍କ ସମ୍ପତ୍ତିରୁ ହାତ ଧୋଇବାକୁ ପଡିବ । ଏ ନେଇ ଯୋଗୀ ସରକାର ଆଣୁଛନ୍ତି ନୂଆ ନିୟମ । ଏହି ନିୟମ ଅନୁସାରେ, ବାପା-ମା ନିଜ ପିଲାଙ୍କୁ ତାଙ୍କ ସମ୍ପତ୍ତିରୁ ବେଦଖଲ କରିଦେଇ ପାରିବେ । ପିଲାଙ୍କୁ ସମ୍ପତ୍ତିରୁ ବେଦଖଲ କରିବା ପାଇଁ ପୋଲିସ ମଧ୍ୟ ବୁଢା ବାପା-ମା’ଙ୍କୁ ସାହାଯ୍ୟ କରିବ ।

ଯୋଗୀ ସରକାର ସମ୍ପତ୍ତି ଅଧିକାର ଆଇନର ସଂଶୋଧନ କରିବାକୁ ଯାଉଛିନ୍ତି । ସମାଜ କଲ୍ୟାଣ ବିଭାଗ ଆଇନଜୀବୀଙ୍କ ପରାମର୍ଶ କ୍ରମେ ଏହି ନୂଆ ନିମୟ ତିଆରି କରାଯାଇଛି । ନୂଆ   ନିମୟ ଅନୁସାରେ, ମା-ବାପାଙ୍କୁ ହଇରାଣ କରୁଥିବା ସନ୍ତାନ ଏବଂ ସମ୍ପର୍କୀୟଙ୍କୁ ସମ୍ପତ୍ତିରୁ ବେଦଖଲ କରିବାର ପ୍ରକ୍ରିୟାଙ୍କୁ ଆହୁରି ସହଜ କରାଯାଉଛି । ୩୦ ଦିନ ଭିତରେ ସନ୍ତାନଙ୍କୁ ସମ୍ପତ୍ତିରୁ ବେଦଖଲ କରାଯାଇ ପାରିବ  ।

ଏହି ନିୟମ ଅନୁସାରେ, ବରିଷ୍ଠ ନାଗରିମାନେ ନିଜ ସମ୍ପତ୍ତିରୁ ଯଦି ବେଦଖଲ କରିବାକୁ ଚାହୁଁଥାନ୍ତି ତେବେ ପ୍ରାଧିକରଣରେ ଆବେଦନ କରିପାରିବେ । ଯଦି ଆବେଦନ କରିବାରେ ଅସମର୍ଥ ତେବେ କୌଣସି ସଂସ୍ଥା ସହାୟତାରେ ଆବେଦନ କରିପାରିବେ । ସନ୍ତାନଙ୍କୁ ସେମାନଙ୍କ ସମ୍ପତ୍ତିରୁ ବେଦଖଲ କରିବାର ଅଧିକାର ପ୍ରାଧିକରଣ ବା ଟ୍ରିବ୍ୟୁନାଲର ରହିବ ।

ବେଦଖଲ ଆଦେଶ  ଜାରି ହେବାର ୩୦ ଦିନ ପରେ ଯଦି କୌଣସି ବ୍ୟକ୍ତି ବାପା-ମା’ଙ୍କ ସମ୍ପତ୍ତିକୁ ନିଜ ତରଫରୁ ବେଦଖଲ ନ କରନ୍ତି ତେବେ ଟ୍ରିବ୍ୟୁନାଲ  ବେଦଖଲ କରିବାରେ ସାହାଯ୍ୟ କରିବ ।

Leave A Reply

Your email address will not be published.