ବ୍ରିଜ ଉପରେ ଦୁଇ ଭାଗ ହୋଇଗଲା ମାଲବାହୀ ଟ୍ରେନ୍
କୋରାପୁଟ: ମଝିରୁ ଅଲଗା ହୋଇଗଲା ଚଳନ୍ତା ମାଲବାହୀ ଟ୍ରେନ୍ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଷ୍ଟେସନରୁ କିଛି କିଲୋମିଟର ଦୂରରେ ମାଲବାହୀ ଟ୍ରେନ୍ ଦୁଇ ଭାଗ ହୋଇଗଲା । ଟ୍ରେନର ପଛ ଭାଗ ବ୍ରିଜ୍ ଉପରେ ରହିଯାଇଥିଲା । ଗାର୍ଡଙ୍କଠାରୁ ସୂଚନା ପାଇ ସଙ୍ଗେ ସଙ୍ଗେ ଟ୍ରେନ୍କୁ ଅଟକାଇଥିଲେ ଲୋକୋ ପାଇଲଟ୍ । ବଡ଼ ଧରଣର ଦୁର୍ଘଟଣାରୁ ଟ୍ରେନ ବର୍ତ୍ତିଗଲା ।
ରେଳ ଧାରଣା ଉପରେ ଦୁଇଭାଗ ହୋଇଥିବା ଟ୍ରେନ୍ ଅଟକି ରହିଥିଲା । ମାଲବାହୀ ଟ୍ରେନଟି ଦାମନଯୋଡିରୁ ଆଲୁମିନିୟମ ପାଉଡର ନେଇ ବିଶାଖାପାଟଣା ଯାଉଥିଲା । ଖବରପାଇ ଘଟଣାସ୍ଥଳରେ ମେକାନିକ୍ ଟିମ୍ ପହଞ୍ଚିଛନ୍ତି । ଟ୍ରେନକୁ ଯୋଡ଼ିବା ସହ ତ୍ରୁଟିର ଅନୁଧ୍ୟାନ କରୁଛନ୍ତି ।
Comments are closed.