Latest Odisha News

BREAKING NEWS

୬ ଦିନ ପରେ ଘରକୁ ଫେରିଲେ ଅପହୃତ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ

ରାଉରକେଲା: ଘରକୁ ଫେରିଲେ ନିଖୋଜ ବ୍ୟବସାୟୀ । ଦୀର୍ଘ ୬ ଦିନ ପରେ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁରର ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ଘରକୁ ଫେରିଛନ୍ତି । ଗତକାଲି ରାତିରେ ରହସ୍ୟଜନକ ଭାବେ ସେ ଘରକୁ ଫେରିଥିବା ସୂଚନା ମିଳିଛି। ଏନେଇ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ସ୍ପଷ୍ଟ କରିଥିବା ବେଳେ ତାଙ୍କୁ କିଏ, କେଉଁ ପରିସ୍ଥିତିରେ ଓ କ’ଣ ପାଇଁ ଅପହରଣ କରିଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଗତ ଶନିବାର ସନ୍ଧ୍ୟାରେ ପ୍ରଦୀପ ଅପହୃତ ହୋଇଥିବା ଜଣା ପଡ଼ିଥିଲା। ପ୍ରଦୀପ ବିଜାବାହାଲରେ ଥିବା କ୍ରସରରୁ ଘରକୁ ଫେରୁଥିଲେ। ଏହି ସମୟରେ ୧୪୩ ନମ୍ବର ଜାତୀୟ ରାଜପଥ ଉପରୁ ତାଙ୍କୁ କେହି ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକଙ୍କ ପକ୍ଷରୁ ବୀରମିତ୍ରପୁର ଥାନାରେ ଏତଲା ଦିଆଯାଇଥିଲା।

ପୋଲିସ ଖୋଜାଖୋଜି କରିବା ପରେ ରାଜପଥଠାରୁ ୨୦୦ ମିଟର ଦୂରରୁ ପ୍ରଦୀପଙ୍କ କାର୍‌ ମିଳିଥିଲା।  କାର୍‌ରୁ ତାଙ୍କ ମୋବାଇଲ୍ ଫୋନ୍ ଓ ଗୋଟିଏ ଇଞ୍ଜେକ୍ସନ ସିରିଞ୍ଜ ପୋଲିସ ଜବତ କରିଥିଲା । ପୋଲିସ୍‌ ଫୋନ୍‌କୁ ଜବତ କରି ଯାଞ୍ଚ କରୁଥିଲା।

Leave A Reply

Your email address will not be published.