ନୂଆଦିଲ୍ଲୀ: ଗୁଗୁଲ ସମର୍ ୨୦୨୬ ପାଇଁ ସଫ୍ଟୱେୟାର ଇଞ୍ଜିନିୟର ପିଏଚଡି ଇଣ୍ଟର୍ଣ୍ଣଶିପ୍ ପାଇଁ ବିଜ୍ଞପ୍ତି ବାହାରିଛି। ଏହି ଇଣ୍ଟର୍ଣ୍ଣଶିପ୍ ଭାରତର ତିନି ପ୍ରମୁଖ ଟେକ୍ ସହର – ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ପୁଣେରେ ଆୟୋଜିତ ହେବ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଆଗ୍ରହୀ ପ୍ରାର୍ଥୀମାନେ Google Careers ୱେବସାଇଟ୍ରେ ଅନଲାଇନ୍ ଆବେଦନ କରିପାରିବେ।
ଗୁଗୁଲ୍ର ଏହି ଇଣ୍ଟର୍ଣ୍ଣଶିପ୍ ପଢ଼ା ସହିତ ବାସ୍ତବ ଅନୁଭବ ଦେବା ସହିତ ବ୍ୟକ୍ତିଗତ ଓ ପେଶାଦାର ବିକାଶର ଅନନ୍ୟ ସୁଯୋଗ ଦେବ। କମ୍ପାନୀ କହିଛି, “ଆମ ସହିତ ଯୋଗ ଦିଅନ୍ତୁ ୧୨ରୁ ୧୪ ସପ୍ତାହର ବେତନଭୁକ୍ତ ଇଣ୍ଟର୍ଣ୍ଣଶିପ୍ ପାଇଁ, ଯେଉଁଠି ଶିଖିବା, ବଢ଼ିବା ଓ ବିଶ୍ୱର ଶ୍ରେଷ୍ଠ ଇଞ୍ଜିନିୟରମାନଙ୍କ ସହ କାମ କରିବାର ସୁଯୋଗ ମିଳିବ।” ଏହି କାର୍ଯ୍ୟକ୍ରମ ଜଟିଳ କମ୍ପ୍ୟୁଟର ସାଇନ୍ସ ସମସ୍ୟା, ସ୍କେଲେବଲ ସଫ୍ଟୱେୟାର ସିଷ୍ଟମ ନିର୍ମାଣ ଓ ରିସର୍ଚ୍ଚ ପ୍ରୋଜେକ୍ଟରେ ସହଯୋଗ କରିବାର ଅବସର ଦେବ।
ଇଣ୍ଟର୍ଣ୍ଣମାନେ କ’ଣ କରିବେ?
ପ୍ରତ୍ୟେକ ଇଣ୍ଟର୍ଣ୍ଣ କମ୍ପାନୀର ବାସ୍ତବ ଆବଶ୍ୟକତା ସହିତ ଜଡ଼ିତ ମୂଲ୍ୟବାନ ପ୍ରୋଜେକ୍ଟରେ କାମ କରିବେ। ମୁଖ୍ୟ ଦାୟିତ୍ୱ: ଟିମ୍ରେ ନବୀନତା ଓ ସହଯୋଗ, ସ୍କେଲେବଲ ସମାଧାନ ବିକାଶ, ଡାଟା ବିଶ୍ଲେଷଣ ଓ ଥିଓରୀକୁ ବାସ୍ତବରେ ପ୍ରୟୋଗ।
କିଏ ଆବେଦନ କରିପାରିବେ?
ପିଏଚଡିରେ ନାମାଙ୍କିତ ଥିବା ଛାତ୍ର, ଯେଉଁମାନଙ୍କର Java, C/C++, Python ଆଦି଼ ଭାଷାରେ ଦକ୍ଷତା, Unix/Linux ଅନୁଭବ ଓ ଡାଟା ଷ୍ଟ୍ରକ୍ଚର, ଆଲ୍ଗୋରିଦମ ଜ୍ଞାନ ରହିଛି। ML, AI, ଡିଷ୍ଟ୍ରିବ୍ୟୁଟେଡ୍ ସିଷ୍ଟମ ଆଦିରେ ରିସର୍ଚ୍ଚ ଥିଲେ ପ୍ରାଥମିକତା।
ଚୟନ ରିଜ୍ୟୁମେ ଓ ରିସର୍ଚ୍ଚ ବ୍ୟାକଗ୍ରାଉଣ୍ଡ ଆଧାରରେ ହେବ। ବେତନଭୁକ୍ତ ଇଣ୍ଟର୍ଣ୍ଣଶିପ୍ରେ ପ୍ରତିଯୋଗିତାମୂଳକ ଭତ୍ତା ମିଳିବ।
BREAKING NEWS
- ଚଳନ୍ତା ଟ୍ରେନରେ ଏସି କୋଚରେ ଆଳତୀ କଲେ, ଶଙ୍ଖ ବଜାଇଲେ ଯାତ୍ରୀ; ଭାରତୀୟ ରେଳବାଇ ରଖିଲା ପ୍ରତିକ୍ରିୟା
- Dhanu Yatra: ବରଗଡ଼ରେ କିଏ ହେବ ନୂଆ କଂସ; ଆରମ୍ଭ ହେଲା ଚୟନ ପ୍ରକ୍ରିୟା
- ରାଜ୍ୟରେ 5T ସ୍କୁଲ୍ ଅର୍ଥ ହେରଫେର ନେଇ ତଦନ୍ତ ହେବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ
- ବାଲିଯାତ୍ରାରେ ବ୍ୟାରିକେଡ୍କୁ ନେଇ ତୀବ୍ର ବିରୋଧ: ରାସ୍ତା ବନ୍ଦ କରି ଧାରଣା ଦେଇଛନ୍ତି ଶତାଧିକ ବ୍ୟବସାୟୀ
- ସୀମା ପୁନନିର୍ଦ୍ଧାରଣ ପ୍ରସଙ୍ଗକୁ ନେଇ ରାଜନୈତିକ ଚର୍ଚ୍ଚା: ବିଜେଡି କହିଲା- ରାଜ୍ୟ ସ୍ୱାର୍ଥକୁ ଦେଖି ନିଆଯିବ ନିଷ୍ପତ୍ତି
- ସଂସଦର ସ୍ବତନ୍ତ୍ର ଅଧିବେଶନ ପାଇଁ ହ୍ବିପ୍ ଜାରି କଲା କଂଗ୍ରେସ
- Bangladesh’s Sharp Attack: ପାକିସ୍ତାନ ମାଟିରୁ ବିଷ ଓଗାଳିଲେ ବାଲାଂ ବାଚସ୍ପତି! କହିଲେ, ୧୯୭୧ରେ ଭାରତ ଆମକୁ ସାହାଯ୍ୟ କରିନଥିଲା…
- ୧୯ତମ ଦିନରେ ପୁଣି ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତିମଣତି
- ପ୍ରଥମ ଥର ପାଇଁ ୧୦°C ତଳକୁ ଖସିଲା ପାରଦ
- ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ, କାନ୍ଦି କାନ୍ଦି ଗଲା ଭାଉଜ ଜୀବନ
Comments are closed.