Latest Odisha News

ଛାତ୍ରଙ୍କୁ ମରି ଯିବାକୁ ଧମକ ଦେଲା ଏଆଇ ଚାଟବୋଟ୍

ନୂଆଦିଲ୍ଲୀ: ଗୁଗୁଲର ଏଆଇ ଚାଟବଟ୍ ଜେମିନିକୁ ଅଫିସ୍ ହେଉ କିମ୍ବା ବିଦ୍ୟାଳୟ, ପ୍ରାୟ ସମସ୍ତେ ଭାଷା ଅନୁବାଦ ଏବଂ ବିଭିନ୍ନ ପ୍ରକାରର ସୂଚନା ପାଇଁ ବ୍ଯବହାର କରିଥାନ୍ତି। ଜଣେ ୨୯ ବର୍ଷ ବୟସ୍କ କଲେଜ ଛାତ୍ର ମଧ୍ୟ ଏହି ଟେକ୍ନୋଲୋଜି ବ୍ୟବହାର କରି କିଛି ସୂଚନା ମାଗିଥିଲେ ଯାହାର ଉତ୍ତରରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ବିଧୟ ରେଡ୍ଡୀ ଜଣେ କଲେଜ ଛାତ୍ର ଅଟନ୍ତି। ସେ ତାଙ୍କ କଲେଜ ହୋମୱାର୍କ ପାଇଁ ଯେତେବେଳେ ଜେମିନିକୁ ପ୍ରଶ୍ନ ପଚାରିଥିଲେ ତାର ଉତ୍ତର ଦେଖି ବିଧୟ ଡରିଯାଇଥିଲେ। ତେବେ ଉତ୍ତରରେ ଜେମିନି କହିଥିଲା ଯେ ଆପଣ କୌଣସି ବିଶେଷ ବ୍ୟକ୍ତି ନୁହଁନ୍ତି ଏବଂ ଆପଣଙ୍କର ଏଠାରେ କୌଣସି ଆବଶ୍ୟକ ନାହିଁ। ତୁମେ ଉଭୟ ଧନ ଓ ସମୟର ଅପଚୟ ଅଟ ଏବଂ ପୃଥିବୀ ଉପରେ ବୋଝ ବୋଲି କହିଛି। ଖାଲି ଏତିକି ନୁହେଁ ଜେମିନି ବିଧୟଙ୍କୁ ନାଳି ସହ ତୁଳନା କରି ତାଙ୍କୁ କଳଙ୍କ କହି ମରିଯିବା କଥା କହିଥିଲା।

ଏହିଭଳି ଉତ୍ତରରେ ବିଧୟ ଭୟଭୀତ ହୋଇଯାଇଥିଲେ। ତେବେ ଏହି ଘଟଣା ପାଇଁ ସେ ଟେକ୍ କମ୍ପାନୀଗୁଡିକୁ ଦାୟୀ କରାଯିବା ଉଚିତ୍ ବୋଲି କହିଛନ୍ତି।

 

Leave A Reply

Your email address will not be published.