ନୂଆଦିଲ୍ଲୀ: ଗତକାଲି ଥିଲା ଭାରତ ପାଇଁ ଏକ ଐତିହାସିକ ଦିନ। ଚନ୍ଦ୍ରଯାନ-୩ ସଫଳପୂର୍ଣ୍ଣ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ରଚିଛି । ତେବେ ଚନ୍ଦ୍ରଯାନ-୩ର ଏହି ସଫଳତାକୁ ନେଇ ସାରା ଦେଶରେ ଖୁସିର ଲହରି ଖେଳିଯାଇଥିବା ବେଳେ ବିଶ୍ବର କୋଣ ଅନୁକୋଣରୁ ଇସ୍ରୋକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ପରିପ୍ରେକ୍ଷୀରେ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ ମଧ୍ୟ ଇସ୍ରୋକୁ ଶୁଭେଚ୍ଛା ଜଣାଇବା ସହ ଏକ ସ୍ୱତନ୍ତ୍ର ଡୁଡଲ୍ କରି ସେଲିବ୍ରେସନ କରୁଛି ।
ଗୁଗୁଲ ପ୍ରତ୍ୟେକ ବିଶେଷ ଉତ୍ସବରେ ଡୁଡୁଲ୍ସ ତିଆରି କରେ। ଆଜି ଲ୍ୟାଣ୍ଡର ବିକ୍ରମରୁ ଅଲଗା ହୋଇଛି ରୋଭର ପ୍ରଜ୍ଞାନ ଏବଂ ଅଲଗା ହେବା ପରେ ଚନ୍ଦ୍ରରେ ପ୍ରଜ୍ଞାନ ବିଚରଣ କରୁଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଭାରତର ଏହି ସଫଳତା ପାଇଁ ଗୁଗୁଲ ଏକ ବିଶେଷ ଢଙ୍ଗରେ ଶୁଭେଚ୍ଛା ଜଣାଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ବିଶ୍ୱର ପ୍ରଥମ ତଥା ଏକମାତ୍ର ଦେଶ ହୋଇପାରିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ କିପରି ସଫଳତାର ସହ ଅବତରଣ କରିଛି ତାହା ଗୁଗୁଲର ଡୁଡଲ୍ ଦର୍ଶାଇଛି । ଏହାପରେ ରୋଭର ବାହାରି ଆସିବା ମଧ୍ୟ ଡୁଡୁଲରେ ଦର୍ଶାଯାଇଛି । ଅନ୍ୟପଟେ ଏହାକୁ ନେଇ ଚନ୍ଦ୍ର ମଧ୍ୟ ଖୁସି ଥିବା ଡୁଡୁଲରେ ଦର୍ଶାଯାଇଛି।
Comments are closed.