Latest Odisha News

BREAKING NEWS

ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ, ଗୁଗୁଲର ଡୁଡୁଲ୍ ଜାରି

ନୂଆଦିଲ୍ଲୀ: ସାରା ଦେଶରେ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜନ ଗୁଗୁଲ ଆଜି ଏକ ଡୁଡଲ ତିଆରି କରିଛି ।

ଏଥିସହିତ ଗୁଗୁଲ ପକ୍ଷରୁ ଜାରି ଏହି ଡୁଡୁଲକୁ ମୁମ୍ବାଇର ଜଣେ ଆର୍ଟିଷ୍ଟ ସଚିନ ଘାନେକର ପ୍ରସ୍ତୁତ କରିଛନ୍ତି । ଏହି ଡୁଡୁଲରେ ରହିଛି ଭାରତୀୟ କଳା ସଂସ୍କୃତି ଓ ସଂସ୍କୃତିର ସମାବେଶ ତଥା ଭାରତୀୟ ସଙ୍ଗୀତର ବିବିଧତା ।

ଏହି ଡୁଡୁଲରେ ଆପଣଙ୍କୁ ତୁତାରୀ, ଶେହନାଇ, ଢୋଲ, ବୀଣା, ସରଙ୍ଗୀ, ବଇଁଶୀ ଭଳି ବାଦ୍ୟ ଯନ୍ତ୍ର ଦେଖିବାକୁ ମିଳିବ । ଏହା ଜରିଆରେ ଭାରତର ୬୦୦୦ ବର୍ଷର ପୁରୁଣା ସଙ୍ଗୀତ ସମ୍ପର୍କରେ ଦର୍ଶାଇବାକୁ ଚେଷ୍ଟା କରିଛି ।

ଉଲ୍ଲେଖଯୋଗ୍ୟ ଏହି ସର୍ଚ୍ଚ ଇଞ୍ଜିନ ଗୁଗୁଲର ନିର୍ମାଣ ଲେରୀ ପେଜ ଓ ସର୍ଜି ବିନ ନାମକ ଦୁଇଜଣ ଛାତ୍ର କରିଥିଲେ । ଗୁଗୁଲ ବ୍ୟତିତ ଅନେକ ସର୍ଚ୍ଚ ଇଞ୍ଜନ ଥିବାବେଳେ ଇଣ୍ଟରନେଟ ବ୍ୟବହାରକାରୀ ଗୁଗୁଲକୁ ସର୍ବାଧିକ ବ୍ୟବହାର କରିଥାନ୍ତି ।

 

Leave A Reply

Your email address will not be published.