Latest Odisha News

BREAKING NEWS

୭୪ତମ ସ୍ୱାଧୀନତା ଦିବସ; ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ସାରା ଦେଶରେ ଶନିବାର ଦିନ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, “ସ୍ୱାଧୀନତା ସଂଗ୍ରାମରେ ଓଡିଶାର ବିଶେଷ ଭୂମିକା ରହିଛି । ଏହାସହିତ ଓଡିଶାର ବରପୁତ୍ର ମାନଙ୍କୁ ସମ୍ମାନ ଜଣାଇବା ସହ ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।”

ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ। ଶାନ୍ତି, ମୈତ୍ରୀର ମାର୍ଗରେ ଯାଇ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସହ ଏକ ସମୃଦ୍ଧ ଭାରତ ଗଠନ ଦିଗରେ ଆସନ୍ତୁ ସଂକଳ୍ପବଦ୍ଧ ହେବା ବୋଲି ପ୍ରକାଶ କରିଛନ୍ତି ।

ସେ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିବା ସହ ସେମାନଙ୍କ ସେବାର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏପରିକି ମୋର ବିଶ୍ୱାସ କରୋନାରୁ ଶୀଘ୍ର ମୁକ୍ତି ମିଳିବ ଏବଂ କେହି ପଇସା ଅଭାବରୁ କରୋନାରେ ମରିବେ ନାହିଁ ବୋଲି ଏହି ଅବସରରେ ସେ କହିଛନ୍ତି ।

Leave A Reply

Your email address will not be published.