Latest Odisha News

BREAKING NEWS

ସାନିଟାଇଜ ହେଲା କର କ୍ଲିନିକ, ଆରମ୍ଭ ହେବ ଜରୁରୀ ସେବା

ଭୁବନେଶ୍ୱର: ଖୁବଶୀଘ୍ର ରାଜଧାନୀର ଘରୋଇ ହସ୍ପିଟାଲ କର କ୍ଲିନିକରେ ଆରମ୍ଭ ହେବ ଜରୁରୀ ସେବା । ଏନେଇ ସ୍ୱସ୍ଥ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏଥିପାଇଁ ଆଜି କର କ୍ଲିନିକକୁ ପୁରା ବିଶୋଧନ କରାଯାଇଛି ।

ତୃତୀୟ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କର କ୍ଲିନିକରେ ସରକାର କଟକଣା ଲାଗୁ କରିଥିଲେ । ଚିକିତ୍ସା ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ପୁରା ହସ୍ପିଟାଲକୁ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ରାଜଧାନୀର ଏହି କ୍ଲିନକରେ ଡାଇଲିସିସ ଭଳି ଅନେକ ଗୁରୁତର ରୋଗୀ ଚିକିତ୍ସିତ ହେଉଥିଲେ । ତେବେ ସରକାର ହସ୍ପିଟାଲ ଉପରେ କଟକଣା ଲଗାଇବା ପରେ ରୋଗୀଙ୍କ ଚିକିତ୍ସା ନେଇ ଆଶଙ୍କା ଉପୁଜିଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏବେ ହସ୍ପିଟାଲକୁ ସାନିଟାଇଜ କରାଯାଇଛି । ଏହାପରେ ଖୁବ୍ ଜରୁରୀ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.