Latest Odisha News

BREAKING NEWS

ଆସନ୍ତୁ ଜାଣିବା କିଏ ସେ ସାଜିଛନ୍ତି ଭାରତର ନ୍ୟାଶନାଲ କ୍ରଶ

ମୁମ୍ବାଇ: ସର୍ଚ୍ଚ ଇଞ୍ଜିନ ଗୁଗଲରେ ଏବେ ଟ୍ରେଣ୍ଡ କରୁଛି ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ନାମ । ଏପରିକି ଗୁଗୁଲରେ ୨୦୨୦ରେ ଭାରତର ନ୍ୟାଶନାଲ କ୍ରଶ ଖୋଜିଲେ ରଶ୍ମିକାଙ୍କ ନାମ ଆସୁଛି । ସୋସିଆଲ ମିଡିଆରେ ସେ ସର୍ବଦା ସକ୍ରିୟ ରହିଥାନ୍ତି । ରଶ୍ମିକା କନ୍ନଡ, ତାମିଲ ଓ ତେଲୁଗୁ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି ।

ନ୍ୟାଶନାଲ କ୍ରଶରେ ମୋ ନାମ ଆସିବା ନିଶ୍ଚିତ ଭାବେ ଖୁସିର ବିଷୟ ବୋଲି ସେ କହିଛନ୍ତି । ଏବେ ରଶ୍ମିକଙ୍କ ପ୍ରତ୍ୟେକ ଟୁଇଟ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ମୋତେ ବିଶ୍ୱାସ ଦେଇ ସାରିଲେଣି ଯେ, ପ୍ରକୃତରେ ମୁଁ ସୁନ୍ଦର ଓ ଲୋକପ୍ରିୟ । ରଶ୍ମିକାଙ୍କ ଉତର ଦେବା ଶୈଳୀ ପ୍ରଶଂସକଙ୍କ ବେଶ୍ ପସନ୍ଦ ଆସୁଛି ।

Leave A Reply

Your email address will not be published.