ନୂଆଦିଲ୍ଲୀ: ଇଣ୍ଟରନେଟ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲ ନ୍ୟୁଜ୍ ଇନିସିଏଟିଭ୍ ଟ୍ରେନିଂ ନେଟଓ୍ୱର୍କକୁ ସଂପ୍ରସାରଣ କରିଛି । ଓଡ଼ିଆ ସମେତ ପଞ୍ଜାବୀ, ଆସାମୀ, ଗୁଜରାଟୀ, ଏବଂ ମାଲାୟାଲମ ଭାଷାକୁ ସାମିଲ କରି ନ୍ୟୁଜ୍ ଇନିସିଏଟିଭ୍ ଟ୍ରେନିଂ ନେଟଓ୍ୱର୍କକୁ ଗୁଗୁଲ ଇଣ୍ଡିଆ ସଂପ୍ରସାରଣ କରିଛି।
ଗୁଗୁଲ କମ୍ପାନୀ ଡାଟାଲିଡ୍ ସହ ମିଶି ଫ୍ୟାକ୍ଟ-ଚେକ୍ ଏକାଡେମୀ ମଧ୍ୟ ଆରମ୍ଭ କରିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏଥିରେ କୁହାଯାଇଛି ଯେ ମିଡିଆ ହାଉସ ଏବଂ ଏହାର ସାମ୍ବାଦିକମାନଙ୍କୁ ଭୁଲ୍ ସୂଚନାର ମୁକାବିଲା କରିବା ଏବଂ ବିଭ୍ରାନ୍ତିକର ତଥ୍ୟ ଏବଂ ଦାବିକୁ ଯାଞ୍ଚ କରିବା ପାଇଁ ପ୍ରାୟ ୧୦୦ ନୂଆ ପ୍ରଶିକ୍ଷକଙ୍କୁ ସାମିଲ କରାଯାଇଛି। ଏବେ ପାଞ୍ଚଟି ଭାଷାରେ ଡାଟା ଏବଂ ସୂଚନାକୁ ଯାଞ୍ଚ କରିବାକୁ ଗୁଗୁଲ ପ୍ରଶିକ୍ଷଣ ଦେବ।
ଗୁଗୁଲ ନ୍ୟୁଜ୍ ଇନିସିଏଟିଭ୍ ଇଣ୍ଡିଆ ଟ୍ରେନିଂ ନେଟଓ୍ୱର୍କ ୨୦୧୮ରେ ଡାଟାଲିଡ୍ସ ସହିତ ଆରମ୍ଭ ହୋଇଥିଲା। ଏହି ନେଟଓ୍ୱର୍କରେ ସାମ୍ବାଦିକ ଏବଂ ନ୍ୟୁଜ ରୁମ୍ ମାନଙ୍କୁ ଅନଲାଇନ୍ ଭୁଲ ସୂଚନାକୁ ଯାଞ୍ଚ କରିବା ଏବଂ ଏହାର ମୁକାବିଲା କରିବା ପାଇଁ ଆବଶ୍ୟକ ଡିଜିଟାଲ୍ ଦକ୍ଷତା ଶିଖିବାରେ ସହାୟତା କରୁଛି।
Comments are closed.