Latest Odisha News

BREAKING NEWS

NFSA କାର୍ଯ୍ୟକାରୀତାରେ ଦେଶରେ ଓଡ଼ିଶା ଶ୍ରେଷ୍ଠ

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ପ୍ରଣୟନ ଓ କାର୍ଯ୍ୟକାରୀତାରେ ଦେଶରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ । କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଜାରି ଷ୍ଟେଟ ରାଙ୍କିଂ ଇଣ୍ଡେକ୍ସ ଫର୍ NFSAରେ ଓଡ଼ିଶା ୧ ନମ୍ବର ସ୍ଥାନରେ ରହିଛି । ଓଡ଼ିଶା ତଳକୁ ଦ୍ୱିତୀୟରେ ବିଜେପି ଶାସିତ ଉତ୍ତର ପ୍ରଦେଶ ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶ । ଓଡ଼ିଶାର ଇଣ୍ଡେକ୍ସ ସ୍କୋର ୦.୮୩୬ ରହିଛି ।

ସେହିଭଳି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଷ୍ଟେଟ ରାଙ୍କିଂ ପିଲାର ୧ରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିବା ବେଳେ ପିଲାର ୨ରେ ଚତୁର୍ଥ ସ୍ଥାନରେ ରହିଛି । ଦେଶର ସମସ୍ତ ନାଗରିକଙ୍କୁ ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଦେଶରେ ୨୦୧୩ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଣାଯାଇଥିଲା । ଏଥିରେ ସହରାଞ୍ଚଳରେ ୫୦ ପ୍ରତିଶତ ଓ ଗ୍ରାମାଞ୍ଚଳର ୭୫ ପ୍ରତିଶତ ଲୋକ ଉପକୃତ ହୋଇ ପାରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ଏହା ସଫଳ ହୋଇପାରିଛି ।

Leave A Reply

Your email address will not be published.