Latest Odisha News

BREAKING NEWS

ତାଲିବାନଙ୍କୁ ଝଟକା ଦେଲା ଗୁଗଲ

କାବୁଲ: ତାଲିବାନକୁ ଆଜି ବଡ ଝଟକା ଦେଇଛି ଗୁଗଲ । ପୂର୍ବ ଆଫଗାନିସ୍ତାନ ସରକାରଙ୍କ ସମସ୍ତ ଇମେଲ ଆକାଂଉଟକୁ ଗୁଗଲ ଲକ କରିଦେଇଛି । ଫଳରେ ଏଥରୁ ଆଉ କୌଣସି ତଥ୍ୟ ହାସଲ କରିପାରିବ ନାହିଁ ତାଲିବାନ । ଅଶରଫ ଗାନି ସରକାର ସମୟର ସମ୍ବେଦନଶୀଳ ତଥ୍ୟ ପାଇଁ ତାଲିବାନ ଜୋରସୋରରେ ଉଦ୍ୟମ ଚଳାଇଛି । ଏହି ତଥ୍ୟ ସମ୍ମୁଖକୁ ଆସିଥିଲେ ଦୁଇ ପ୍ରକାରର ବିପଦ ସୃଷ୍ଟି ହୋଇଥାନ୍ତା ।

ପ୍ରଥମରେ ଅନ୍ୟ ଦେଶମାନଙ୍କ ସହ ସରକାରଙ୍କ ପାଖରୁ ଜାରୀ କରାଇଥିବା ଗୁପ୍ତ ତଥ୍ୟ ଏବଂ ଦ୍ୱିତୀୟରେ ଗୋଇନ୍ଦା ଏବଂ ପ୍ରମୁଖ ଅଧିକାରୀଙ୍କ ତାଲିକା ତାଲିବାନ ପାଇଲେ ସେମାନଙ୍କ ଜୀବନ ପ୍ରତି ବିପଦ ରହିବ । ଗୁଗଲର ଏହି ପଦକ୍ଷେପ ବିଭିନ୍ନ ଦେଶ ପକ୍ଷରୁ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.