Latest Odisha News

BREAKING NEWS

ଶିଶୁଙ୍କ ସଂକ୍ରମଣ ପାଇଁ ପରିବାର ଲୋକଙ୍କୁ ପରୋକ୍ଷରେ ଦାୟୀ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ପିଲାଙ୍କ ସଂକ୍ରମଣ ପାଇଁ ପରିବାରକୁ ପରୋକ୍ଷରେ ଦାୟୀ କରିଛି ସ୍ୱାସ୍ଥ୍ୟ ବିଭାଗ ।

ପିଲାଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥିଲେ ନଲୁଚାଇ ଜଣାଇବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି । ଅଭିଭାବକ ନ ଜଣାଇଲେ ପରିସ୍ଥିତି ଭୟାନକ ହେବ । ଆବଶ୍ୟକ ହେଲେ ସ୍କୁଲ ବନ୍ଦ ହୋଇପାରେ ଡିଏମଇଟି କହିଛନ୍ତି ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ସ୍କୁଲରେ ସଂକ୍ରମଣ ବଢ଼ିବ ବୋଲି ଆଗରୁ ଆଶଙ୍କା ଥିଲା । କେତେ ଶିଶୁଙ୍କ ପାଖରେ ଲକ୍ଷଣ ଅଛି ? କେତେ ଗୁରୁତର ଦେଖିବାକୁ ପଡ଼ିବ । ସର୍ଭିଲାନ୍ସକୁ କଡ଼ାକଡ଼ି କରିବା ଛଡ଼ା ଅଲଗା ବାଟ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.